ମୁମ୍ଵାଇ ୧୪।୦୮: ବଲିଉଡ୍ର ଆଶିକୀ ଗର୍ଲ ଶ୍ରଦ୍ଧା କପୁର। ବର୍ତ୍ତମାନ ସେ ତାଙ୍କର ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜକୁମାର ରାଓ-ଶ୍ରଦ୍ଧା ଦୁହେଁ ତାଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ସେମାନଙ୍କର ଉଭୟ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ର 'ସ୍ତ୍ରୀ-୨'କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ହେଲେ ଏବେ ଅଭିନେତ୍ରୀଙ୍କ ପର୍ସନାଲ ଲାଇଫ୍କୁ ନେଇ ଲାଇମ୍ ଲାଇଟ୍ରେ ଅଛନ୍ତି।
ରାହୁଲ ମୋଦିଙ୍କ ସହ ଶ୍ରଦ୍ଧା କପୁରଙ୍କ ବ୍ରେକଅପ୍ କନଫର୍ମ
କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଶ୍ରଦ୍ଧା କପୁର ଏବଂ ପ୍ରେମିକ ରାହୁଲ ମୋଦୀ ଅଲଗା ହୋଇଛନ୍ତି। ଯେତେବେଳେ ଏହି ଖବର ସାମ୍ନାକୁ ଆସିଥିଲା । ସେତେବେଳେ ଶ୍ରଦ୍ଧା ରାହୁଲଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରି ଦେଇଥିଲେ । ୟୁଜର୍ସମାନେ ଏହା ଦେଖିବା ମାତ୍ରେ ଲୋକମାନେ ଅନୁମାନ କରିବା ଆରମ୍ଭ କଲେ ଯେ ଶ୍ରଦ୍ଧା ଏବଂ ରାହୁଲ ଆଉ ଏକାଠି ନାହାଁନ୍ତି କି? ବି-ଟାଉନର ଏହି ରୁମର୍ଡ କପଲ ମଧ୍ୟ ଅଲଗା ହୋଇଯାଇଛନ୍ତି କି?
ବର୍ତ୍ତମାନ ଲାଗୁଛି ଯେ ଏହା କେବଳ ଗୁଜବ ନୁହେଁ ବରଂ ସତ । ଏହା ଶ୍ରଦ୍ଧାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ପ୍ରମାଣିତ ହୋଇଛି। ହେଲେ ଶ୍ରଦ୍ଧାଙ୍କ ସମ୍ପର୍କୀୟ ଭଉଣୀ ଅଫିସିଆଲି ଭାବେ କିଛି କହି ନାହାଁନ୍ତି, କିନ୍ତୁ ରାହୁଲ ମୋଦୀଙ୍କୁ ଅନଫଲୋ କରି ଦେଇଛନ୍ତି। ଶ୍ରଦ୍ଧା ଏବଂ ରାହୁଲଙ୍କ ବ୍ରେକଅପ୍ ବିଷୟରେ ଗୁଜବ ହୋଇଥିଲା କିନ୍ତୁ ପରେ ତାହା ବନ୍ଦ ହୋଇଗଲା। ହେଲେ ଏବେ ଶ୍ରଦ୍ଧାଙ୍କ ସମ୍ପର୍କୀୟ ଭଉଣୀ ରାହୁଲଙ୍କୁ ଅନଫଲୋ କରିବା ପୁଣି ଏହି ଖବରକୁ ଚର୍ଚ୍ଚାକୁ ଆଣିଛି । ହେଲେ ବର୍ତ୍ତମାନ ସତ୍ୟ କ’ଣ କେବଳ ଶ୍ରଦ୍ଧା ଏବଂ ରାହୁଲ ଜାଣିଛନ୍ତି।