suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇନଷ୍ଟାଗ୍ରାମ୍ ଫଲୋଅର୍ସରେ ଦୀପିକାଙ୍କୁ ପଛରେ ପକାଇଲେ ଶ୍ରଦ୍ଧା କପୁର

5/11/2020 at 3:30 PM

ମୁମ୍ବାଇ ୫/୧୧: ଶ୍ରଦ୍ଧା କପୁର ଦୀପିକା ପାଦୁକୋଣଙ୍କୁ ରିପ୍ଲେସ୍ କରି ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋ କରାଯାଇଥିବା ବଲିଉଡ ଅଭିନେତ୍ରୀ ହୋଇ ଯାଇଛନ୍ତି। ୫କୋଟି ୫୬ଲକ୍ଷ ଫଲୋଅର୍ସ ସହ ଶ୍ରଦ୍ଧା କପୁର ଏବେ ପ୍ରିୟଙ୍କା ଚୋପ୍ରାଙ୍କଠୁ ଟିକେ ପଛରେ ଅଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଚୋପ୍ରାଙ୍କୁ ୫କୋଟି ୮୦ଲକ୍ଷରୁ ଅଧିକ ଲୋକେ ଫଲୋ କରନ୍ତି।

ଦୀପିକା ପାଦୁକୋନଙ୍କ ଫଲୋଅର୍ସ କଥା କହିଲେ ଏହି ଫଟୋ ସେୟାରିଂ ଆପ୍ଲିକେସନରେ ତାଙ୍କର ୫କୋଟି ୨୦ଲକ୍ଷ ପାଖାପାଖି ଫଲୋଅର୍ସ ଅଛନ୍ତି। ଦୀପିକା ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ସବୁବେଳେ ଦ୍ବିତୀୟ ସ୍ଥାନକୁ ନେଇ ଅପ୍ସ ଏବଂ ଡାଉନ୍ ଚାଲିଥାଏ। ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋଅର୍ସ ଥିବା ବ୍ୟକ୍ତି ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି। ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମରେ ୮କୋଟି ୨୦ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।

ବର୍ଷକ ମଧ୍ୟରେ ଶ୍ରଦ୍ଧା କପୁରଙ୍କ ଫଲୋଅର୍ସ ସଂଖ୍ୟା ବଢ଼ିଛି। ତାଙ୍କର ଇନଷ୍ଟାଗ୍ରାମ୍ ପେଜ ଶ୍ରଦ୍ଧାଙ୍କ ଅସଂଖ୍ୟ ଗ୍ଲାମରସ୍  ଫଟୋ,ତାଙ୍କ କାମ ଏବଂ ପ୍ରୋଫେସନାଲ୍ ଫ୍ରଣ୍ଟ ସହ ଜଡ଼ିତ ଅପଡେଟ୍ସ,ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ମୁଭି ପ୍ରମୋସନାଲ୍ ଭିଡିଓରେ ଭର୍ତ୍ତି ହୋଇଛି।

   Related Posts