Jhalak Dikhhla Jaa-10ରେ ଆସିବେନି ଶ୍ରଦ୍ଧା, ଜାଣନ୍ତୁ କାହିଁକି ଛାଡିଲେ ଶୋ’

Published By : Prameya-News7 Bureau | August 28, 2022 IST

ମୁମ୍ବାଇ ୨୮।୦୮: କୁଣ୍ଡାଳି ଭାଗ୍ୟର ଫେମ୍‌ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ । ନିକଟରେ ଶୁଣିବାକୁ ମିଳିଥିଲା କି ଝଲକ ଦିଖଲା ଜା-୧୦ରେ ନଜର ଆସିବେ । ହେଲେ ଏହି ଖବର ସୋସିଆଲ ମିଡିଆରେ କିଛି ସମୟ ଧରି ଭାଇରାଲ ହେବାରେ ଲାଗିଛି। ତେବେ ଶୋ’ର ଲଞ୍ଚ ଇଭେଣ୍ଟରେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳି ନଥିଲା। ଏହି ସମୟରେ ପ୍ରଶଂସକମାନେ ବହୁତ ନିରାଶ ହୋଇଥିଲେ। ଏନେଇ ଶ୍ରଦ୍ଧା ବର୍ତ୍ତମାନ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ ସେ ଏହି ସୋ’ର ଅଂଶ ନୁହଁନ୍ତି।

ଶ୍ରଦ୍ଧା ତାଙ୍କ ଶୋ’ରେ ନ ରହିବା ବିଷୟରେ କହିଛନ୍ତି, ଏଥି ସହିତ ଏହା ପଛର କାରଣ ମଧ୍ୟ ଦେଇଛନ୍ତି। ଲେଖିଛନ୍ତି, 'ମୁଁ ଜାଣେ ଆପଣ ସମସ୍ତେ ନିରାଶ ହୋଇଛନ୍ତି। କିନ୍ତୁ ଏହା ସତ୍ୟ ଅଟେ । ମୁଁ ଝଲକ ଦିଖଲା ଜା-୧୦ର ଏକ ଅଂଶ ନୁହେଁ । ମୁଁ ଜାଣେ ତୁମେ ସମସ୍ତେ ମୋରଭଲ କାମନା କରୁଛ । କିନ୍ତୁ ବର୍ତ୍ତମାନ କୁଣ୍ଡଳି ଭାଗ୍ୟକୁ ୨୪ଦିନ ଏବଂ ମୋ ନିଜକୁ ଏବଂ ମୋର ଦାମ୍ପତ୍ୟ ଜୀବନକୁ ୬ ଦିନ ଦେବା ପରେ ମୋର ପାଖରେ କୌଣସି ସମୟ ନାହିଁ । 'ମୁଁ ଏକାଥରକେ ୨ଟି ଶୋ’ କରିପାରିଥାନ୍ତେ କିନ୍ତୁ ମୁଁ ସେହି ଦୁଇଟି ଶୋ’ରେ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନ ଥାନ୍ତି। ଆଶାକରେ ତୁମେ ସମସ୍ତେ ମୋର ଭାବନା ବୁଝିବ। b

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.