'ଦି କପିଲ ଶର୍ମା ଶୋ' ସିଜିନ୍‌-୩ : ୮୦ ଏପିସୋଡ୍‌ ପାଇଁ କପିଲ୍ ନେଇଥିଲେ ଏତିକି କୋଟି ଟଙ୍କା

Published By : Prameya-News7 Bureau | June 23, 2022 IST

ମୁମ୍ବାଇ ୨୩।୦୬: ସୋନି ଟିଭିରେ ପ୍ରସାରିତ କପିଲ ଶର୍ମା ଶୋ’ ପୁଣିଥରେ ତାଙ୍କ  ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ନେଇ ଦର୍ଶକ ଯେତିକି ଖୁସି କପିଲ ତା’ଠୁ ଅଧିକ ଖୁସି ଅଛନ୍ତି। ନିକଟରେ ତାଙ୍କ ଶୋ’କୁ ବିଦାୟ ଦେଇଛନ୍ତି । ଯାହାକୁ ଶୁଣିବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ କପିଲ ତାଙ୍କ ଟିମ୍‌ଙ୍କ ସହ ବେଙ୍କୁଭୋର ଯାଇଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

wp:html
/wp:html

ହେଲେ କହିବାକୁ ଗଲେ 'ଦି କପିଲ ଶର୍ମା ଶୋ'ର ତୃତୀୟ ସିଜିନରେ କପିଲ କେତେ ରୋଜଗାର କରିଥିଲେ ତାହା ଖୁବ୍ କମ୍ ଲୋକ ଜାଣନ୍ତି? ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କପିଲ ଶର୍ମା ତାଙ୍କ  ଶୋ’ର ତୃତୀୟ ସିଜିନର ପ୍ରତ୍ୟେକ ଏପିସୋଡ ପାଇଁ ୨୦ ଲକ୍ଷ ଟଙ୍କା ଫି ବୃଦ୍ଧି କରିଛନ୍ତି। ତୃତୀୟ ସିଜନରେ କପିଲ୍‌ ପ୍ରତ୍ୟେକ ଏପିସୋଡ ପାଇଁ ୫୦ ଲକ୍ଷ ଟଙ୍କା ଆଦାୟ କରିଥିଲେ। ଏମିତିରେ ପ୍ରତ୍ୟେକ ସପ୍ତାହ ଶେଷରେ କପିଲ ସମୁଦାୟ ୧ କୋଟି ଟଙ୍କା ରୋଜଗାର କରୁଥିଲେ ।

wp:html
/wp:html

ଦ୍ବିତୀୟ ସିଜିନ୍‌ର ଗୋଟିଏ ଏପିସୋଡ୍ ପାଇଁ ୩୦ ଲକ୍ଷ ଟଙ୍କା ଚାର୍ଜ କରିଥିଲେ। କହିବାକୁ ଗଲେ 'ଦି କପିଲ ଶର୍ମା ଶୋ'ର ତୃତୀୟ ସିଜନରେ ୮୦ ଟି ଏପିସୋଡ୍ ଥିଲା, ସେଥିପାଇଁ କପିଲ ୪୦ କୋଟି ରୋଜଗାର କରିଥିଲେ । ବର୍ତ୍ତମାନ କପିଲଙ୍କ ଶୋ’ର ନୂଆ ସିଜିନ୍‌କୁ ଅପେକ୍ଷା କରିଛନ୍ତି । କପିଲ ପୁଣିଥରେ ତାଙ୍କ ଟିମ୍‌ ସହିତ ଟିଭି ଦୁନିଆରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.