କେବଳ ୧୨ ଦିନରେ ଯୋଶୀମଠ ଧସିଲାଣି ୫.୪ ସେଣ୍ଟିମଟର, ସାମ୍ନାକୁ ଆସିଲା ସାଟେଲାଇଟ୍ ଫଟୋରୁ

Published By : Prameya-News7 Bureau | January 13, 2023 IST

ନୂଆଦିଲ୍ଳୀ, ୧୩/୦୧: ଯୋଶୀମଠର ବର୍ତ୍ତମାନର ଭୌଗୋଳିକ ସ୍ଥିତିକୁ ନେଇ ଏକ ଫଟୋ ଜାରି କରିଛି ଇସ୍ରୋ। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ଏକ ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ଯୋଶୀମଠ କେବଳ ୧୨ ଦିନରେ ଦ୍ରୁତ ଭାବରେ ମାଟି ଧସିବାର ଦେଖାଯାଇଛି। ଇସ୍ରୋ ନାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର ଦ୍ବାରା ଜାରି କରାଯାଇଥିବା ସାଟେଲାଇଟ୍ ଫଟୋରୁ ଜଣାପଡ଼ୁଛି ଯେ ସହର ୨୭ ଡିସେମ୍ବରରୁ ୮ ଜାନୁଆରୀ ଏହି ୧୨ ଦିନ ମଧ୍ୟରେ ୫.୪ ସେଣ୍ଟିମିଟର ତଳକୁ ଦବିଛି।

ସବୁଠାରୁ ଦ୍ରୁତ ଭାବରେ ୨ ଜାନୁଆରୀ ଠାରୁ ଭୂମି ଧସିବା ଆରମ୍ଭ ହୋଇଛି। ଯୋଶୀମଠରେ ଦ୍ରୁତ ଭାବରେ ମାଟି ଧସିବା ଯୋଗୁଁ ହେଲିପ୍ୟାଡ୍ ଏବଂ ନରସିଂହ ମନ୍ଦିର ମଧ୍ୟ ପଭାବିତ ହୋଇଛି। ଇସ୍ରୋ ଏହା ମଧ୍ୟ କହିଛି ଯେ ଏପ୍ରିଲରୁ ନଭେମ୍ବର ୨୦୨୨ ମଧ୍ୟରେ ଧସିବା ହାର କମ୍ ଥିଲା। କିନ୍ତୁ ଚଳିତ ବର୍ଷ ବଡ଼ ଆକାରରେ ମାଟି ଧସିବା ଫଳରେ ଏଠାରେ ଥିବା ଲୋକଙ୍କ ଘର କାନ୍ଥ ସହ ରାସ୍ତା ଘାଟ ମଧ୍ୟ ଫାଟ ସୃଷ୍ଟି ହୋଇଛି, ଯାହା ବଡ଼ ସଙ୍କଟ ପାଲଟିଛି।

୭୦୦ ରୁ ଅଧିକ ଅର୍ଥାତ୍‌ ସହରର ପ୍ରାୟ ଏକ ଚୁତର୍ଥାଂଶ କାନ୍ଥରେ ଫାଟିଯାଇଛି। ପ୍ରଶାସନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ଏବଂ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଥିବା ବିଲ୍ଡିଂକୁ ଭଙ୍ଗାଯାଉଛି। ସେପେଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ, ଆରକେ ସିଂହ, ଭୂପେନ୍ଦ୍ର ଯାଦବ ଏବଂ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।

​‌ତେବେ ଏହି ବିପଦ କେବଳ ଯୋଶୀମଠ ପର୍ଯ୍ୟନ୍ତ ସୀମିତ ନୁହେଁ। ଯୋଶୀମଠର ପ୍ରବେଶ ଦ୍ବାରା ଭାବରେ ଦେଖାଯାଉଥିବା କର୍ଣପ୍ରୟାଗରେ ଅଞ୍ଚଳରେ ବହୁଗୁଣା ନଗରର ନିବାସୀ ଗତ କିଛି ମାସରେ ୫୦ ରୁ ଅଧିକ ଘରେ ଫାଟ ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.