Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୪ ପାଇଁ ବିରୋଧୀ ମେଳି; ‘କିଏ ବିଜେପି ସହିତ ସାମିଲ ହୋଇନି ମୋତେ ଦେଖାଅ’: ପୂର୍ବ ପ୍ରଧାନମନ୍ତ୍ରୀ ଦେବଗୌଡ଼ା

8/06/2023 at 9:56 AM

ବେଙ୍ଗାଲୁରୁ ୦୮/୦୬: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳର (ସେକ୍ୟୁଲାର) ମୁଖ୍ୟ ଏଚଡି ଦେବଗୌଡ଼ା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗଠିତ ହେଉଥିବା ବିରୋଧି ମେଣ୍ଟରେ ସାମିଲ ହେବେ ନାହିଁ ବୋଲି ମନା କରିଛନ୍ତି। ଏହା ସହିତ ସେ ବିରୋଧି ଦଳ ଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ବିହାର ମୁଖ୍ୟନ୍ତ୍ରୀ ନିତିଶ୍‌ କୁମାରଙ୍କ ପ୍ରୟାଶକୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତରରରେ ସେ କହିଛନ୍ତି ‘’ଏବେ ମୋତେ ଏପରି ଏକ ଦଳ ବିଷୟରେ କୁହନ୍ତୁ ଯିଏ ବିଜେପି ସହିତ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବେ ସମ୍ପର୍କରେ ନାହିଁ। ସାରା ଦେଶରେ ଗୋଟିଏ ଦଳ ଦେଖାଇ ଦିଅନ୍ତୁ। ତାପରେ ମୁଁ ଏହି ପ୍ରଶ୍ନର ଉତ୍ତର ଦେବି’’।

ମଙ୍ଗଳବାର ବେଙ୍ଗାଲୁରୁ ସ୍ଥିତ ଜେପି ଭବନରେ ଏକ ସାମ୍ୱାଦିକ ସମ୍ମିଳନୀରେ ସମ୍ୱୋଧିତ କରି ଦେବଗୌଡ଼ା କହଛନ୍ତି ‘’ମୋତେ ଏପରି ଏକ ଦଳ ଦେଖାଅ ଯିଏ ବିଜେପି ସହିତ କେବେବି ହାତ ମିଶାଇ ନାହିଁ କିମ୍ୱା, କିମ୍ୱା ମିଶାଉଛି। ଏହା ପରେ ମୁଁ ବିରୋଧି ଦଳର ଏକତା ବିଷୟରେ କହିବି। ସମସ୍ତ ପାର୍ଟି ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବେ ବିଜେପି ସହ ହାତ ମିଳାଇଛନ୍ତି। ଏଥିରେ କଂଗ୍ରେସ ପାର୍ଟିର ଅନେକ ନେତା ମଧ୍ୟ ସାମିଲ ଅଛନ୍ତି’’।

ଜେଡିଏସକୁ ଲୋକସଭା ନିର୍ବାଚନ ପାଇଁ ଚିନ୍ତା ନାହିଁ ବୋଲି ଦେବଗୌଡ଼ା କହିଛନ୍ତି। ସେ ଆହୁରି କହିଛନ୍ତି ‘’ଆଗକୁ ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ ଓ ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମପି) ନିର୍ବାଚନ ଆସୁଛି। ଏହି ନିର୍ବାଚନରେ ଦଳକୁ ମିଳିଥିବା ଜନ ସମର୍ଥନ ଆଧାରରେ ଆଗାମି ଲୋକସଭା ନିର୍ବାଚନରେ ପାର୍ଟି କେତୋଟି ନିର୍ବାଚନ କ୍ଷେତ୍ର କେଉଁ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହେବ। ୨୦୨୪ରେ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ଗଠବନ୍ଧନ ବିଷୟରେ ପଚାରିବାରୁ ସେ କହିଛନ୍ତି ଦଳ କୌଣସି ନିଷ୍ପତ୍ତି ନେଇ ନାହିଁ। ‘’ଦେବଗୌଡ଼ା କହିଛନ୍ତି ଆମେ କୌଣସି ନିଷ୍ପତ୍ତି ନେଇନାହୁଁ। ସର୍ବପ୍ରଥମେ ଆମେ ସ୍ଥାନୀୟ ମହାନଗର ନିର୍ବାଚନ ପାଇଁ ଦଳକୁ ମଜଭୁତ କରିବାକୁ ଚାହୁଁଛୁ।

୨୦୨୪ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ କି ନାହିଁ ପଚାରିବାରୁ ସେ ନିର୍ବାଚନ ଲଢ଼ିବେନି ବୋଲି ସଫା ସଫା ମନା କରିଦେଇଛନ୍ତି। ଏଚଡି ଦେବଗୌଡ଼ା କହିଛନ୍ତି ‘’ମୋର ଏବେ ୯୧ ବର୍ଷ। ଏବେ ଲୋକସଭା ନିର୍ବାଚନ ଲଢ଼ିବାର ପ୍ରଶ୍ନ ଉଠୁନି। ନିର୍ବାଚନ ରଣାଙ୍ଗନରେ କାହାକୁ ଅଣାଯିବ ତାହା ଦଳ ସ୍ଥିର କରିବ। ବିଧାନସଭା ନିର୍ବାଚନରେ ହାରିବାକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାମାନେ ନିରାଶ ହେବା ଉଚିତ ନୁହେଁ। ଦଳରେ ପ୍ରତ୍ୟକ ସ୍ତରରେ ପରିବର୍ତ୍ତନ କରାଯିବ। ଦଳକୁ ପୁଣି ଥରେ ସୁଦୃଢ଼ କରିବା ଆମର ଆଗାମି ଲକ୍ଷ ରହିବ’’।      

   Related Posts