Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଂଗ୍ରେସରେ ବଢିଲା ଦଳୀୟ କନ୍ଦଳ; ଚିରଞ୍ଜୀବ, ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍, ଦକ୍ଷିଣରେ ନେତା ମୁହାଁମୁହିଁ

28/05/2023 at 10:44 PM

ଭୁବନେଶ୍ଵର: ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ AICC ଶୃଙ୍ଖଳା କମିଟି ପକ୍ଷରୁ ଏହି ନୋଟିସ୍ ହୋଇଛି। ସେପଟେ କଂଗ୍ରେସ ଭବନରେ ପହଞ୍ଚିଲା ଦକ୍ଷିଣ ଓଡିଶା କଳି । ତାରା  ବାହିନିପତି ଏବଂ ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଶତାଧିକ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ପିସିସି ସଭାପତିଙ୍କୁ ଭେଟିଛନ୍ତି ତାରା ପ୍ରସାଦ ବାହୀନିପତି। ମିନାକ୍ଷୀ ବାହିନୀପତିଙ୍କୁ ପୁନର୍ବାର କୋରାପୁଟ ଜିଲ୍ଲା ସଭାନେତ୍ରୀ କରିବାକୁ ଦାବି କରିଛନ୍ତି ତାରାଙ୍କ ସମର୍ଥକ। ମିନାକ୍ଷୀ ବାହିନିପତିଙ୍କୁ  ଜିଲ୍ଲା ସଭାପତି  ପଦରୁ ପରିବର୍ତ୍ତନ କରାଗଲେ  ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି।

ଚିରଞ୍ଜୀବ, ମୋକିମ୍‌ଙ୍କୁ ସୋକଜ୍ ନୋଟିସ୍। ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । AICC ଶୃଙ୍ଖଳା କମିଟି ପକ୍ଷରୁ ଏହି ନୋଟିସ୍ ହୋଇଛି। ସୂଚନା ଭବନରେ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ହୋଇଥିଲା ବିବାଦ । ଖୋଲା ମଞ୍ଚରେ ୨ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ରାଜ୍ୟ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଥିଲେ ।  ଯାହାକୁ ନେଇ ଚିରଞ୍ଜୀବ ଏବଂ ମୋକିମଙ୍କୁ ନୋଟିସ ହୋଇଛି ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଚିରଞ୍ଜୀବ ଏବଂ ମୋକିମଙ୍କ ବିରୋଧରେ ଯାହା ଅଭିଯୋଗ ଆସିଥିଲା ତାକୁ ଆମେ AICC କୁ ପଠେଇ ଦେଇଥିଲୁ। AICC ଯାହା ନିଷ୍ପତ୍ତି ନେଇଥିବ। ମୁଁ ସମସ୍ତଙ୍କୁ ନେଇ ବିଜେପି ବିଜେଡି ବିରୋଧରେ ଲଢ଼ିବାକୁ ଚେଷ୍ଟା କରୁଛି । ସେ ରାସ୍ତାରେ ଯଦି କିଏ ବିରୋଧ କରେ ବା ବିଶୃଙ୍ଖଳିତ ଆଚରଣ କରେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ହାଇ କମାଣ୍ଡଙ୍କ ନିଷ୍ପତ୍ତି ।

ସେପଟେ କୋରାପୁଟରେ ତାରା ବାହିନିପତି ଏବଂ ସାଂସଦ ସପ୍ତଗିରୀ ଉଲାକାଙ୍କ ମଧ୍ୟରେ ତୀବ୍ର ହେଉଛି ବିବାଦ। ଆଜି ଶତାଧିକ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ପିସିସି ସଭାପତିଙ୍କୁ ଭେଟିଛନ୍ତି ତାରା। ଯେଉଁଥିରେ ସାମିଲ ଥିଲେ ଜିଲ୍ଲାର ସମସ୍ତ ୧୪ ବ୍ଳକର କଂଗ୍ରେସ ସଭାପତି, ୧୨ ଜିଲ୍ଲା ପରିଷଦସଭ୍ୟ, କୋଟପାଡ NAC ଅଧ୍ୟକ୍ଷ, ଜୟପୁର ପୌର ଅଧ୍ୟକ୍ଷଙ୍କ ସମେତ ୩ ପୌରାଚଂଳ କଂଗ୍ରେସ ସଭାପତି। ପୁନର୍ବାର ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ କରିବାକୁ ଦାବି କରିଛନ୍ତି ତାରାଙ୍କ ସମର୍ଥକ। ମୀନାକ୍ଷୀଙ୍କୁ ହଟାଇ ନିଜ ଗୋଷ୍ଠୀର ଜଣଙ୍କୁ ଜିଲ୍ଲା ସଭାପତି କରିବାକୁ ଚାହୁଁଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା। ଯାହାକୁ ବିରୋଧ କରିଛନ୍ତି ତାରା। ୨୦୨୪ ନିର୍ବାଚନ ପାଇଁ ବିଜେପି ଏବଂ ବିଜେଡି ପ୍ରସ୍ତୁତିରେ ଲାଗିପଡିଥିବା ବେଳେ କଂଗ୍ରେସର ଘର କଳି କିନ୍ତୁ ତୁଟୁନି। 

ଏ ଖବର ପଢନ୍ତୁ- ଆଉ ତାନାଶାହୀ ଚାଲିବନି, ବରଂ ମହିଳା କୁସ୍ତି ଯୋଦ୍ଧାଙ୍କ ସତ୍ୟାଗ୍ରହ ଚାଲିବ: କେନ୍ଦ୍ର ସରକାରଙ୍କୁ ସାକ୍ଷୀ ମଲ୍ଲିକଙ୍କ ଚେତାବନୀ

   Related Posts