ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମହଙ୍ଗା ପଡିଲା ଉପ-ନିର୍ବାଚନରେ ଗାଡି ନଦେବା, ୧୪ ଗାଡି ମାଲିକଙ୍କୁ ନୋଟିସ୍

29/10/2022 at 1:18 PM

ଭଦ୍ରକ ୨୯/୧୦: ଉପନିର୍ବାଚନ ପାଇଁ ଗାଡି ନିୟୋଜିତ କଲେ ନାହିଁ । ୧୪ ଗାଡି ମାଲିକଙ୍କୁ କାରଣଦର୍ଶାଅ ନୋଟିସ । ସନ୍ତୋଷଜନକ ଉତ୍ତର ନମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ । ଭଦ୍ରକ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଏମିତି ନୋଟିସ ଜାରି ହୋଇଛି ।

ସୂଚନାଯୋଗ୍ୟ ଯେ ଧାମନଗର ଉପନିର୍ବାଚନ ସୁପରିଚାଳନା ପାଇଁ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଗାଡି ଗୁଡିକୁ ନିୟୋଜିତ ପାଇଁ ନିର୍ଦ୍ଦେଶ ଥିଲା । କିନ୍ତୁ ୧୪ ଟି ଗାଡି ନିର୍ଦ୍ଧାରିତ ସମୟରେ ସହଯୋଗ କରିନଥିଲେ । ୧୪ଟି ଗାଡିର ଅସହଯୋଗ ପରେ ଆଞ୍ଚଳିକ ପରିବହନ ବିଭାଗ ୧୪ ଗାଡି ମାଲିକଙ୍କୁ ଅସହଯୋଗ ପାଇଁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସନ୍ତୋଷଜନକ ଉତ୍ତର ନମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଞ୍ଚଳିକ ପରିବହନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

   Related Posts