'ସର୍ଟ ଫିଲ୍ମ ଶୋ’ କେସ୍‌-୨୦୨୦’ - ମନୋରଞ୍ଜନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି ସୁମା ରିୟଲ ମିଡିଆ

Published By : Prameya-News7 Bureau | February 18, 2020 IST

ଭୁବନେଶ୍ୱର ୧୮।୦୨ ମନୋରଞ୍ଜନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି ସୁମା ରିୟଲ ମିଡିଆ । ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ଯୁବ ଓ ଉତ୍ସାହୀ ଫିଲ୍ମ ନିର୍ମାତା, ଲେଖକ, କଳାକାରଙ୍କୁ  ପ୍ରୋତ୍ସାହିତ କରିବା ଉଦେଶ୍ୟରେ ଏକ ନୂଆ ପ୍ରୟାସ କରିଛି । ଆଗାମୀ ଦିନରେ ସେମାନଙ୍କୁ ସମ୍ମାନିତ କରିବାକୁ  ‘ସର୍ଟ ଫିଲ୍ମ ଶୋ’ କେସ୍‌-୨୦୨୦’  ଟ୍ରଫି ଉନ୍ମୋଚନ କରିଛି ସୁମା ରିୟଲ ମିଡିଆ । ଆଜି ଅନୁଷ୍ଠିତ ହୋଇଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଟ୍ରଫିକୁ  ଉନ୍ମୋଚନ କରିଥିଲେ ସୁମା ରିୟଲ ମିଡିଆର ନିର୍ଦେଶିକା ଶାଶ୍ବତୀ ଦାସ ।….

{"id":226052,"width":583,"height":1395,"sizeSlug":"large"}

ରାଜ୍ୟ ତଥା ରାଜ୍ୟ ବାହାରେ କ୍ଷୁଦ୍ର ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିବାକୁ ସୁମା ରିୟଲ ମିଡିଆର ନୂଆ ପ୍ରୟାସ । ଗଣମାଧ୍ୟମ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା  ଦୈନିକ ଖବର କାଗଜ ପ୍ରମେୟ ଓ ବୈଦ୍ୟୁତିକ ଗଣମାଧ୍ୟମ ନ୍ୟୁଜ୍‌ 7ର ଅପୂର୍ବ ସଫଳତା ପରେ ସୁମା ରିୟଲ ମିଡିଆ ମନୋରଞ୍ଜନ କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ଆଗାମୀ ଦିନରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ପ୍ରତିଯୋଗିତାର ଆୟୋଜନ କରିବା ସହ ଏହି କ୍ଷେତ୍ରରେ ସଫଳ ଫିଲ୍ମ ନିର୍ମାତା, ଲେଖକ, କଳାକାର, ଭିଡିଓ ଗ୍ରାଫର ଓ ଏଡିଟିଂ ସହିତ ଜଡ଼ିତ ଯୁବ ପ୍ରତିଭାଙ୍କୁ   ‘ସର୍ଟ ଫିଲ୍ମ ଶୋ’ କେସ୍‌-୨୦୨୦’ ରେ ସମ୍ମାନିତ କରିବାକୁ ଲକ୍ଷ୍ୟ ରଖିଛି ସୁମା ରିୟଲ ମିଡିଆ । ମଙ୍ଗଳବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‘ସର୍ଟ ଫିଲ୍ମ ଶୋକେସ୍‌-୨୦୨୦’ ଟ୍ରଫିକୁ ଉନ୍ମୋଚନ କରିଛନ୍ତି ସୁମା ରିୟଲ ମିଡିଆର ନିର୍ଦେଶିକା ଶାଶ୍ବତୀ ଦାସ । ଏହି ଅବସରରେ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ମାତା ଓ ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ଓଲିଉଡ୍‌ ସୁପରଷ୍ଟାର ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ପ୍ରମେୟ ନ୍ୟୁଜ୍‌ 7 ଚାନେଲର ସିଇଓ ସୁନୀଲ ଦାସ, ପ୍ରମେୟ ନ୍ୟୁଜ୍‌ 7 ଭାଇସପ୍ରେସିଡେଣ୍ଟ ସେଲ୍ସ ଲିଙ୍ଗରାଜ ଲେଙ୍କା, ନ୍ୟୁଜ୍‌ 7 କାର୍ଯ୍ୟକାରୀ ସଂପାଦକ ଦେବନାରାୟଣ ସେଠୀ ପ୍ରମୂଖ ମଧ୍ୟ ଉପସ୍ଥିତ ଥିଲେ ।

{"id":226049,"sizeSlug":"large"}

ସୁମା ରିୟଲ ମିଡିଆ ଦ୍ବାରା ଆୟୋଜିତ ଏହି କ୍ଷୁଦ୍ର ଫିଲ୍ମ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଥିବା ଫିଲ୍ମଗୁଡ଼ିକର ଅବଧି ସର୍ବାଧିକ ୧୨ ମିନିଟ୍‌ ବା ତା’ ଠାରୁ କମ୍‌ ହୋଇଥିବା ଆବଶ୍ୟକ । ସିନେମା ନିର୍ମାତାଙ୍କ ମୌଳିକ କାହାଣୀ, ହିଂସା, ବିଭେଦ ବା ସାମାଜିକ ଭେଦଭାବକୁ ଦର୍ଶାଉଥିବା ଫିଲ୍ମକୁ ଏହି ପ୍ରତିଯୋଗିତାରେ ସୁଯୋଗ ଦିଆଯିବ ନାହିଁ । ପୂର୍ବରୁ କୌଣସି ସାମାଜିକ ଗଣମାଧ୍ୟମ ବା ସେଭଳି କୌଣସି ପ୍ଲାଟଫର୍ମ ବା ସିନେ ଶିଳ୍ପ ସହ ଜଡ଼ିତ କୌଣସି ମାଧ୍ୟମରେ ପ୍ରଦର୍ଶିତ ହୋଇନଥିବା ଦରକାର । ଫିଲ୍ମ ନିର୍ମାତା ବା ପ୍ରତିଯୋଗୀଙ୍କ ବୟସ ୧୫ରୁ ୪୦ ବର୍ଷ ଭିତରେ ହୋଇଥିବା ଆବଶ୍ୟକ । ଓଡ଼ିଆ ଭାଷା ସହ ଅନ୍ୟ ଭାଷାର କ୍ଷୁଦ୍ର ଚଳଚିତ୍ରକୁ ଏହି ପ୍ରତିଯୋଗିତାରେ ସ୍ଥାନ ଦିଆଯିବ । ମନୋନୀତ ସମସ୍ତ ଫିଲ୍ମକୁ ନ୍ୟୁଜ୍‌ 7 ଟେଲିଭିଜନ ସହ ସୁମା ରିୟଲ ମିଡିଆ ପରିଚାଳିତ ସମସ୍ତ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ଓ ପ୍ରଦର୍ଶିତ କରାଯିବ ।

ଦର୍ଶକଙ୍କ ପସନ୍ଦ ଓ ବିଚାରକୁ ନଜରରେ ରଖି ଶେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ରକୁ ୫୦ ହଜାର ଟଙ୍କା, ଦ୍ବିତୀୟ ଚଳଚ୍ଚିତ୍ରକୁ ୩୦ହଜାର ଏବଂ ତୃତୀୟ ଚଳଚ୍ଚିତ୍ରକୁ ୨୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏହା ଫିଲ୍ମ ସହ ଜଡ଼ିତ ବିଭିନ୍ନ ବର୍ଗଙ୍କ ପାଇଁ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.