ପାକିସ୍ତାନର ଡ୍ରୋନ୍ ପ୍ଲାନ୍ ପୁଣି ବିଫଳ, ଗୁଳିକରି ଘଉଡାଇଲା ଭାରତୀୟ ସେନା : ଗୁରୁଦାସପୁରରୁ ୧୧ଟି ଗ୍ରେନେଡ୍ ଜବତ

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧/୧୨ :ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପ୍ରସ୍ତୁତ ଚଳାଇଥିବା ପାକିସ୍ତାନକୁ ପୁଣି ଏକ ଝଟକା ଲାଗିଛି । ଭାରତରେ ଗ୍ରେନେଡ୍ ମାଡ ପାଇଁ ଯୋଜନା କରୁଥିବା ପାକିସ୍ତାନର ଚାଲକୁ ଅକାମୀ କରିଛି ଭାରତୀୟ ସେନା । ସୁରକ୍ଷାକର୍ମୀମାନେ ପଞ୍ଜାବର ଗୁରୁଦାସପୁରରୁ ବିପୁଳ ପରିମାଣର ଗ୍ରେନେଡ୍ ମିଳିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଗୁରୁଦାସପୁରରୁ ୧୧ ଟି ହ୍ୟାଣ୍ଡ୍ ଗ୍ରେନେଡ୍ ଜବତ କରିଛନ୍ତି ।

ଏହା ସନ୍ଦେହ କରାଯାଉଛି ଯେ, ପାକିସ୍ତାନ ସୀମାରୁ ଡ୍ରୋନ୍ ସାହାଯ୍ୟରେ ଏହି ଗ୍ରେନେଡ୍‌ଗୁଡିକୁ ପକାଯାଇଛି । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଯେଉଁ ଗ୍ରେନେଡ୍‌ଗୁଡିକୁ ଜବତ କରାଯାଇଛି ତାହା ପାକିସ୍ତାନର ରାଓ୍ବଲପିଣ୍ଡିର ଏକ କାରଖାନାରେ ଦ୍ବାରା ତିଆରି କରାଯାଇଛି ।  

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଚକରୀ ସୀମା ପୋଷ୍ଟରେ କାର୍ଯ୍ୟରତ ଯବାନମାନେ ଏକ ଡ୍ରୋନକୁ ଦେଖିଥିଲେ । ଯାହାକି ଭାରତ ସୀମା ମଧ୍ୟରେ ପ୍ରବେଶ କରୁଥିଲା । ଏହାକୁ ଦେଖି ଯବାନମାନେ ଉକ୍ତ ଡ୍ରୋନ୍ ଉପରକୁ ଗୁଳିମାଡ କରିଥିଲେ । ପଞ୍ଜାବ ପୋଲିସ ମଧ୍ୟ ଏହି ଅପରେସନରେ ସାମିଲ ହୋଇଥିଲେ । କିନ୍ତୁ ଡ୍ରୋନ୍‌ଗୁଡିକୁ ନଷ୍ଟ କରିବାରେ ସଫଳ ହୋଇନଥିଲେ । ଏହା ପରେ ଡ୍ରୋନ୍‌ଗୁଡିକ ପାକିସ୍ତାନ ସୀମା ମଧ୍ୟକୁ ଫେରିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.