ଦୁଇ ଠିକାଦାର୍‌ଙ୍କ ଉପରକୁ ଗୁଳିମାଡ଼, ଭାଙ୍ଗିଲା ଗାଡ଼ିର କାଚ

Published By : Prameya-News7 Bureau | November 07, 2022 IST

ଝାରସୁଗୁଡ଼ା, ୦୭/୧୧: ଝାରସୁଗୁଡ଼ାରେ ଦୁଇଜଣ ଠିକାଦାରଙ୍କ ଗାଡି ଉପରକୁ ଗୁଳିମାଡ ହୋଇଛି । ଅତର୍କିତ ଗୁଳିମାଡରେ ଇନୋଭାର କାଚ ଭାଙ୍ଗିଯାଇଥିବା ଜଣାପଡ଼ିଛି । ସୌଭାଗ୍ୟ ବଶତଃ ଦୁଇ ଠିକାଦାର ଅମିତ୍ ଅଗ୍ରୱାଲ ଓ ଗୁଡ଼ୁ  ଅଗ୍ରୱାଲ ବର୍ତ୍ତିଯାଇଛନ୍ତି । ବାଗଡିହି ନିକଟରେ କାରରେ ଆସୁଥିବା ବେଳେ ପୂର୍ବରୁ ଆକ୍ରମଣ କରିବାକୁ ପ୍ରସ୍ତୁତ ଆତତାୟୀ ଗୁଳି କରି ଫେରାର୍ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଲଇକେରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.