previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ହୋଲସେଲ୍ ଦୋକାନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

22/05/2022 at 11:04 PM

ବଡ଼ବିଲ୍‌, ୨୨/୦୫: ଯୋଡ଼ାରେ ହୋଲସେଲ୍ ଦୋକାନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ । ରବିବାର ସାଢେ ୮ଟା ସମୟରେ ଯୋଡ଼ା, କଲ୍ୟାଣ ମଣ୍ଡପ ନିକଟରେଏହି ଗୁଳିକାଣ୍ଡ ଘଟିଛି । ଆହତ କର୍ମଚାରୀଙ୍କ ନାଁ ରାଜେଶ ମହାକୁଡ। ସେ ଗୋଏଲ ଟ୍ରେଡର୍ସ ନାମକ ହୋଲସେଲ୍ ଦୋକାନର  କାମକରନ୍ତି । ଦୋକାନ ବନ୍ଦ ହେବାପରେ ଦୋକାନ ମାଲିକ ଖାତାପତ୍ର ଥିବା ଏକ ବ୍ୟାଗ ରାଜେଶ ହାତରେ ଦେଇ କଲ୍ୟାଣ ମଣ୍ଡପ ନିକଟରେ ଥିବା ତାଙ୍କ ଘରକୁ ପଠାଇଥିଲେ ।

ତେବେ ଏହି ସମୟରେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ରାଜେଶଙ୍କ ଉପରକୁ ୨ରାଉଣ୍ଡ ଗୁଳି ଚଳାଇ ତାଙ୍କ ହାତରେ ଥିବା ବ୍ୟାଗଟିକୁ ଛଡାଇ ନେଇଥିଲେ । ଗୁଳି ଫୁଟାଇବା ସମୟରେ କର୍ମଚାରୀ ଜଣକ ସାହସର ସହିତ ଦୁର୍ବୃତ୍ତମାନଙ୍କୁ ଠେଲି ଦେବାରୁ ଗୁଳିଟି ତାଙ୍କ ଶରୀରର ଉପର ଭାଗରେ ନବାଜି ଡାହାଣ ଗୋଡ ଆଣ୍ଠୁରେ ବାଜିଥିଲା । ଦୁର୍ବୃତ୍ତମାନେ ଟଙ୍କାବ୍ୟାଗ ଭାବି ଏହି ଲୁଟ୍ କରିଥିବା ସନ୍ଦେହ କରାଯାଉଛି । 

ବ୍ୟାଗଟିରେ କେବଳ ଦୋକାନର ଖାତାପତ୍ର ଇତ୍ୟାଦି ଥିବା ଦୋକାନର ମାଲିକ ରମେଶ ଅଗରୱାଲ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଯୋଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଆହତ ରାଜେଶ ମହାକୁଡକୁ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଦିନକୁ ଦିନ ଅପରାଧିକ ମାମଲା ବୃଦ୍ଧି ପାଇବା ଫଳରେ ସହରରେ ଭୟର ବାତାବରଣ  ସୃଷ୍ଟି ହୋଇଛି ।  ଶୁକ୍ରବାର ରାତିରେ ଏକକାଳୀନ ୨ଟି ଦୋକାନରୁ ତାଲାଭାଙ୍ଗି ଲୁଟ୍ ପରେ ବିଚାକୁଣ୍ଡି ଜଙ୍ଗଲ ରାସ୍ତାରେ ଶନିବାର ଜଣେ ପରିବହନ ସଂସ୍ଥାର କର୍ମଚାରୀଙ୍କ ଠାରୁ ୫ଲକ୍ଷ ଲୁଟ୍ ହୋଇଥିଲା ।

   Related Posts