ଭୁବନେଶ୍ୱର ୧୬/୧୨: ବୁଧବାର ଦିନିକିଆ ସ୍ୱଳ୍ପ ମିଆଦି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଣ୍ଡମୁଣ୍ଡାସ୍ଥିତ ହନୁମାନ ମନ୍ଦିରଠାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।
ଦତୋପନ୍ତ ଥେଙ୍ଗାଡ଼ି ସହାୟତାରେ ଏଡ ଅନୁଷ୍ଠାନ ପକ୍ଷରୁ ହୋଇଥିଲା ଏହି କାର୍ଯ୍ୟକ୍ରମ । ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ ଆନୁକୂଲ୍ୟରେ ହୋଇଥିଲା । କିଭଳି ଭାବେ ରାଜଧାନୀ ଭୁବନେଶ୍ବରରେ କାର୍ଯ୍ୟ କରୁଥିବା ଶ୍ରମିଜୀବି ମହିଳାମାନେ ସାମାଜିକ ସ୍ତରରେ ସୁରକ୍ଷିତ ହୋଇପାରିବେ ସେ ନେଇ ଆଲୋଚନା ହୋଇଥିଲା ।
ବୁଧବାର ଦ୍ୱିତୀୟ ଥର ଲାଗି ଏଭଳି ପ୍ରଶିକ୍ଷଣ ଶିବିରର ଆୟୋଜନ ହୋଇଥିଲା । ପାଖାପାଖି ୧୦୦ମହିଳାଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା । ବିଶେଷ କରି ଆଗାମୀ ଦିନରେ ଘରୋଇ ପାଚିକା ଭାବେ କାର୍ଯ୍ୟ କରୁଥିବାମହିଳାମାନେ କିଭଳି ନିଜକୁ ସ୍ବୀକୃତି ପ୍ରାପ୍ତ କରିପାରିବେ ସେ ନେଇ ଏଡ ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ଆଗାମୀ ଦିନରେ ଅନେକ ମହିଳାଙ୍କୁ ସାମିଲ କରାଯିବ ବୋଲି କୁହାଯାଇଛି ।