ମୁଣ୍ଡ ଟେକୁଛି ଆଉ ଏକ ସମସ୍ୟା ! ଲକ୍‌ଡାଉନ୍‌ କାରଣରୁ ଦେଶରେ ବଢିପାରେ ଜନସଂଖ୍ୟା

Published By : Prameya-News7 Bureau | May 04, 2020 IST

ଡେରାଡୁନ ୦୪।୦୫: ଗୋଟିଏ ପଟେ ପୂରା ଦେଶ କରୋନା ସଂକ୍ରମଣ ସହ ସଂଘର୍ଷ କରୁଛି ଏବଂ ଅନ୍ୟପଟେ ସରକାର କ୍ରମାଗତ ଲକ୍‌ଡାଉନ୍‌ ବଢାଇ ଚାଲିଛନ୍ତି। ଅନ୍ୟ ପଟେ ଆଉ ଏକ ଚିନ୍ତା ମୁଣ୍ଡ ଟେକିଛି। ଏବେ ଡେରାଡୁନ ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣ (District Legal Services Authority) ଏକ ସର୍ଭେ ପରେ କେନ୍ଦ୍ର ସରକାରଙ୍କୁ ଚେତାଇ ଦେଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟକୁ ଲେଖା ଯାଇଥିବା ପତ୍ରରେ କୁହାଯାଇଛି ଯେ, ଲକ୍‌ଡାଉନ୍ କାରଣରୁ ଦେଶରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏହାର କାରଣ ମହିଳାଙ୍କୁ ଗର୍ଭ ନିରୋଧକ ବଟିକା ମିଳୁ ନାହିଁ।

ସହରାଞ୍ଚଳରେ ମଧ୍ୟ ଏହି ସମସ୍ୟା

ଏହି ସମସ୍ୟା କେବଳ ଗ୍ରାମାଞ୍ଚଳରେ ନୁହେଁ ବରଂ ସହରାଞ୍ଚଳ ମହିଳାଙ୍କ ପାଇଁ ମଧ୍ୟ ରହିଛି। ଡିଏଲଏସଏର ଟିମ୍ ଯେବେ କଣ୍ଟେନମେଣ୍ଟ ଜୋନ୍ ସହିତ ଅନ୍ୟ ଅଞ୍ଚଳରେ ରାସନ ବାଣ୍ଟିବାକୁ ଯାଇଥିଲେ ତେବେ ମହିଳାମାନେ ଗର୍ଭ ନିରୋଧକ ବଟିକା ବିଷୟରେ ପଚାରିଥିଲେ। ଏହା ମଧ୍ୟ କହିଛନ୍ତି,  ବଟିକା ନମିଳିବା କାରଣରୁ ସେମାନଙ୍କ ମନରେ ଗର୍ଭବତୀ ହେବାର ଭୟ ରହିଛି।

ବଣ୍ଟାଗଲା ଗର୍ଭ ନିରୋଧକ ବଟୀକା ଓ ସାନିଟାରୀ ପେଡ୍

ଜିଲ୍ଲା ନ୍ୟାୟିକ ପ୍ରାଧିକରଣରେ ସିଭିଲ୍ ଜଜ୍ ନେହା କୁଶଓ୍ଵାହ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ଏହାକୁ ନେଇ ସିଏମଓ ଡୁନ ହସ୍ପିଟାଲରେ ବୈଠକ କରି ଏହି ବିଷୟରେ ଆଲୋଚନା କରିଛନ୍ତି। ଏହା ପରେ ଟିମ୍ ଚାଳଛପର ଘରଠୁ ନେଇ ଆଇଏସବିଟି ଏରିଆରେ ଗର୍ଭନିରୋଧକ ବଟିକା ବିତରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଡିଏଲଏସଏ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି  ଲେଖି ଏହା କେବଳ ଗୋଟିଏ ରାଜ୍ୟର ନୁହେଁ ବରଂ ରାଷ୍ଟ୍ରୀୟ ସମସ୍ୟା ବୋଲି ଅବଗତ କରାଇଛନ୍ତି। ଏହାକୁ ନେଇ କିଛି ପଦକ୍ଷେପ ନେବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଛନ୍ତି। ତେଣୁ ଏବେ କଣ୍ଟେନମେଣ୍ଟ ଜୋନ୍‌ରେ ଗର୍ଭନିରୋଧକ ବଟିକା ଓ ସାନିଟାରୀ ପ୍ୟାଡ୍ ବିତରଣ କରାଯିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.