କଲାମ ଦ୍ଵୀପରୁ ଅଗ୍ନି-୧ର ସଫଳ ପରୀକ୍ଷଣ, ୧୨୦୦ କି.ମି. ଯାଏଁ ରହିଛି ଲକ୍ଷ୍ୟଭେଦ କ୍ଷମତା

Published By : Prameya-News7 Bureau | December 07, 2023 IST

ବାଲେଶ୍ଵର: ଗୁରୁବାର ଓଡ଼ିଶା ଉପକୂଳରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଏପିଜେ ଅବଦୁଲ୍ କଲାମ ଦ୍ୱୀପରୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ସମୟରେ ୭୦୦ କିଲୋମିଟରରେ ଥିବା ଲକ୍ଷ୍ୟଭେଦ କରିବା ସହ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଭାବେ ସବୁ ବିଭାଗ କାମ କରିଥିବା ଏହି ବ୍ୟାବହାରିକ ପରୀକ୍ଷାରୁ ଜଣାପଡ଼ିଥିଲା।

wp:html /wp:html

ଅଗ୍ନି-୧ ସ୍ଥଳସେନାର ଷ୍ଟ୍ରାଟେଜିକ ଫୋର୍ସ ଦ୍ବାରା ୨୦୦୭ରୁ ବ୍ୟବହାର ହୋଇ ଆସୁଛି। ଅଗ୍ନି-୧ କ୍ଷେପଣାସ୍ତ୍ରର ଲମ୍ବ ୧୫ ମିଟର ହୋଇଥିବା ବେଳେ ମୋଟେଇ ୧ ମିଟର ରହିଛି। ଏହାର ଓଜନ ୧୨୦୦୦ କିଲୋଗ୍ରାମ। ୧୦୦୦ କିଲୋଗ୍ରାମର ଉଭୟ ପାରମ୍ପରିକ ଓ ଆଣବିକ ବିସ୍ଫୋଟକ ନେଇ ଏହା ୭୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତାରେ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି । କମ ଯୁଦ୍ଧାସ୍ତ୍ର ବହନ କରିଲେ ଏହା ୧୨୦୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଥିବା ଜଣାଯାଇଛି ।

wp:heading {"level":4}

ଅଧିକ ପଢନ୍ତୁ- ସଂସଦରେ ହିସାବ ଦେଲେ ଅର୍ଥମନ୍ତ୍ରୀ; କହିଲେ -୮ ବର୍ଷରେ ଭାରତ ଦଶମରୁ ପଞ୍ଚମ ଅର୍ଥନୀତିର ଦେଶ ହୋଇପାରିଛି

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.