ସର୍ଟ ସର୍କିଟରୁ ଗୁହାଳରେ ଲାଗିଲା ନିଆଁ, ୬୨ଟି ମେଣ୍ଢା ଜୀବନ୍ତ ଦଗ୍ଧ
23/06/2023 at 10:04 AM

ବୌଦ୍ଧ ୨୩/୦୬: ବୌଦ୍ଧ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଗୁହାଳରେ ଅଗ୍ନିକାଣ୍ଡ । ୬୨ଟି ମେଣ୍ଢା ଜୀବନ୍ତ ଦଗ୍ଧ । ହରଭଙ୍ଗା ବ୍ଲକ୍ କୁଡାଶୀଙ୍ଗା ଗ୍ରାମରେ ଅଘଟଣ । କୁଡାଶୀଙ୍ଗା ଗ୍ରାମର ଶୁକଦେବ କର୍ଣ୍ଣଙ୍କ ଗୁହାଳରେ ନିଆ ଲାଗିଥିବା ସୂଚନା । ଚାରିଛକ ଅଗ୍ନିଶମ ବିଭାଗ ଦ୍ଵାରା ନିଆକୁ ଆୟତ୍ତ କରାଯାଇଛି ।
ସୂଚନାଥାଉକି, ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଡାସିଙ୍ଗା ଗ୍ରାମର ସୁକଦେଵ କର୍ଣ୍ଣଙ୍କ ଚାଳ ଛପରରେ ନିର୍ମିତ ଗୁହାଳରେ ହଠାତ ନିଆଁ ଲାଗିଥିଲା। କେହି କିଛି ବୁଝିବା ଆଗରୁ ଚାହୁଁ ଚାହୁଁ ନିଆଁ ନିମିଷକ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ସବୁକିଛି ପୋଡି ଛାରଖାର କରିଦେଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ହରଭଙ୍ଗା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ମେଣ୍ଢାଶାଳ ଭିତରେ ରହିଥିବା ୨ଟି ମେଣ୍ଢାଙ୍କ ବ୍ୟତୀତ ସମୁଦାୟ ୬୨ଟି ମେଣ୍ଢା ସବୁ ସମ୍ପୂର୍ଣ୍ଣ ଦଗ୍ଧ ହୋଇଯାଇଥିଲେ ।
ତେବେ ହରଭଙ୍ଗା ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳକୁ ଯାଇ ଆହତ ୨ମେଣ୍ଢାଙ୍କର ଚିକିତ୍ସା କରିଥିବା ଜଣାଯାଇଛି । ମେଣ୍ଢା ପାଳକ ସୁକଦେଵ କର୍ଣ୍ଣ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
You can also read…