ଦୋକାନ ଭିତରୁ ଦୋକାନୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | June 23, 2022 IST

ରାଇରଙ୍ଗପୁର ୨୩: ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ । ରାଇରଙ୍ଗପୁର ସହରର ବଜାର ନିକଟ ଧରମଗଳିରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବୀର କିଶୋର ସାମଲ । ବୀର ସାମଲଙ୍କର ଏକ ତେଜରାତି ଦୋକାନ ଅଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ବୀର ଗାଧୋଇ ସାରି ଦୋକାନ ଖୋଲିବାକୁ ବଜାରକୁ ଆସିଥିଲେ । ତେବେ କିଛି ସମୟ ପରେ କେହି ଜଣେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ଯେ ବୀରଙ୍କ ଚପଲ ଦୋକାନ ସମ୍ମୁଖରେ ଥିବା ବେଳେ ଦୋକାନ କବାଟ ଅଧା ଖୋଲା ଅଛି । କିନ୍ତୁ ଯେତେ ଡାକିଲେ ବି ବୀର ଶୁଣୁ ନାହାନ୍ତି । ଖବର ପାଇ ପରିବାର ଲୋକେ ଦୋକାନରେ ପହଞ୍ଚି ବୀରଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାରଲୋକ । ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.