Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍, ସିସିଟିଭିରେ କଏଦ ସଂପୂର୍ଣ୍ଣ ଦୃଶ୍ୟ, ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ ସ୍କୁୱାର୍ଡର ତଦନ୍ତ ଜାରି

16/11/2022 at 5:52 PM

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ସ୍ଥିତ ଲଳିତ କ୍ଲଥ ଷ୍ଟୋର ମାଲିକ ଅଙ୍କିତ ମୁନ୍ଦରା଼ ଙ୍କୁ, ବନ୍ଧୁକ ଓ ଭୁଜାଲି ଦେଖାଇ ଗତ ରାତିରେ ୫୦ହଜାର ରୁ ଉର୍ଦ୍ଧ ଟଙ୍କା ସହ ସୁନା ଚେନ ଓ ୩ଟି ମୋବାଇଲ ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ଆଜି ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି| ଲୁଟ୍‌ ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ମୁତାବକ ଅଷ୍ଟମୀ ପାଇଁ ଗତ କାଲି ସନ୍ଧ୍ୟାରେ ଦୋକାନ ପ୍ରବଳ ଭିଡ଼ ଥିବା ବେଳେ,ଦୋକାନ ବନ୍ଦ କରିବାକୁ ଟିକେ ବିଳମ୍ୱ ହୋଇଥିଲା | ତେବେ ଏହାର ସୁଯୋଗ ନେଇ ଦୋକାନ ବନ୍ଦ କରୁଥିବା ବେଳେ,୬ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଦୁଇଟି ବାଇକ ରେ ଆସି, ଫାଙ୍କା ଗୋଳି ଚଳାଇବା ସହ ଦୋକାନୀଙ୍କୁ ଭୁଜାଲି ଦେଖାଇ ପାଖରେ ଥିବା ନଗଦ ୫୦ହଜାର ରୁ ଉର୍ଦ୍ଧ୍ଵ ଟଙ୍କା ସହ ସେ ପିନ୍ଧିଥିବା ସୁନା ଚେନ ଓ ୩ ଟା ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଇଛନ୍ତି | ଯାହାର ଭିଡ଼ିଓ ଦୋକାନରେ ଲାଗିଥିବା ସିସିଟିଭି ରେ  ସମ୍ପୂର୍ଣ ରେକର୍ଡ ହୋଇଛି |

 ତେବେ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଆଜି ଘଟଣାସ୍ଥଳରେ   ସାଇଣ୍ଟିଫିକ ଟିମ ଓ ଡଗ ସ୍କାର୍ଡ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି | ତେବେ କିଛିଦିନ ତଳେ ଥାନା ଠାରୁ କିଛି ମିଟର ଦୂରରୁ ଏକ ଘରୁ ଲୁଟ ହୋଇଥିବା ବେଳେ, ଗତ କାଲି ବଜାର ମଧ୍ୟରୁ ଚୋରି ହୋଇଛି | କିନ୍ତୁ ପୋଲିସ ଦୁର୍ବୁତ୍ତଙ୍କ  କିଛି  ଟେର ପାଉନାହିଁ | ଯାହାକୁ ନେଇ ସନ୍ଧ୍ୟା ହେଲେ ପରଜଙ୍ଗବାସୀ ନିଜକୁ ସୁରକ୍ଷିତ ମଣୁନଥିବା ବେଳେ ପୋଲିସ ପକ୍ଷରୁ କିଭଳି  ରାତ୍ରି ପେଟ୍ରୋଲିଙ୍ଗ କୁ କଡାକଡି କରାଯିବ ସେନେଇ ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣ ରେ ଦାବି ହେଉଛି | ନଚେତ ଏ ନେଇ ଆଗାମୀ ଦିନରେ ରାଜରାସ୍ତା ବନ୍ଦ କରାଯିବ ବୋଲି କହିଛନ୍ତି ବଜାର କମିଟି ସଭାପତି |

   Related Posts