କପଡ଼ା କିଣିବାକୁ ଯାଇଥିବା ମହିଳାଙ୍କୁ ଦୋକାନୀ ଓ ସେଲସ ବୟ ମିଶି କଲେ ଦୁଷ୍କର୍ମ
19/12/2018 at 4:13 PM

ସୀତାପୁର ୧୯/୧୨ : କପଡ଼ା କିଣିବାକୁ ଯାଇଥିବା ମହିଳାଙ୍କୁ ଦୁଷ୍କର୍ମ । ଏହିଘଟଣାରେ ସଂପୃକ୍ତ ଆଉ କେହି ନୁହଁନ୍ତି; ନିଜେ ଦୋକାନୀ ଓ ଦୋକାନରେ ଥିବା ସେଲସ୍ବୟ ।
ଗରାଖ ଇଶ୍ଵର ବୋଲି କହୁଥିବା ବ୍ୟବସାୟ ପ୍ରତିଷ୍ଠାନମାନେ ଯଦି ଏଭଳି ବ୍ୟବହାରମହିଳାଙ୍କ ଉପରେ କରିନ୍ତି, ତାହେଲେ କେଉଁ ବିଶ୍ଵାସରେ ମହିଳାମାନେ ଦୋକାନଦାରଙ୍କ ଉପରେ ଭରସା କରିବେ।

ଏହିଭଳି ସଂବେଦନଶୀଳଘଟଣା ଘଟିଛି ଉତ୍ତରପ୍ରଦେଶର ସୀତାପୁର ଅଂଚଳରେ । ଜଣେ ଆଦିବାସୀ ମହିଳା ଗଣଦୁଷ୍କର୍ମର ହୋଇଛନ୍ତିଶିକାର ।
ପୀଡ଼ିତା ମହିଳାଜଣକ କହିଛନ୍ତି,ସେମାନେ କେବଳ ଗଣଦୁଷ୍କର୍ମ କରିନାହାଁନ୍ତ, ମାରପିଟ କରିବାସହ ଧମକଚମକ ମଧ୍ୟ ଦେଇଛନ୍ତି । ମହିଳାଙ୍କକହିବା ଅନୁସାରେ, ସେ ଲୁଗା କିଣିବାକୁ ଦୋକାନକୁ ଯାଇଥିଲେ । ଲୁଗା କିଣିସାରି ଫେରିବାପରେ ଦୋକାନୀଓ ସେହି ଦୋକାନରେ କାମ କରୁଥିବା ଆଉ ଦୁଇଜଣ ସେଲସ ପିଲା ତାଙ୍କ ପଛେପଛେ ଆସିଥଲେ। ସେ ଘରକୁ ଆସିବାପରେ ତାଙ୍କୁ ଜୋରଜବରଦସ୍ତ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏବାବଦରେ କାହାକୁ କହିଲେ ଜୀବନରୁମାରିଦେବାକୁ ବି ଧମକ ଦେଇଛନ୍ତି । ସେ ପ୍ରତିବାଦ କରିବାରୁ ମାଡ଼ ମାରିଥିବାର ଅଭିଯୋଗ ବି ଆଣିଛନ୍ତି।
ମହିଳାଙ୍କ କହିବା ଅନୁସାରେତାଙ୍କ ସ୍ଵାମୀ ଗୋଟେ ମିଛ ମାମଲାରେ ଜେଲରେ ଅଛନ୍ତି । ସେ ଏକୁଟିଆ ରହିଥିବା ଜାଣି ଏଭଳି କରିଛନ୍ତିବୋଲି ମହିଳା ତାଙ୍କ ଏତାଲାରେ ଦର୍ଶାଇଛନ୍ତି । ସେ ମଧ୍ୟ ଆହୁରି କହିଛନ୍ତି, ପୋଲିସରେ ଏହିକଥା ଜଣାଇବାପରେଆହୁରିଥରେ ଧମକ ମିଳିଛି । ଜୀବନରୁ ମାରିଦେବାର ଧମକ ଦେଇଥିବାରୁ ପୋଲିସର ସାହାର୍ଯ୍ୟ ଲୋଡ଼ିଛନ୍ତିମହିଳା ।