ଭୁବନେଶ୍ୱରରେ ଖୋଲିବ ସମସ୍ତ ସପିଂ ମଲ୍, ବନ୍ଦ ରହିବ ଫୁଡ୍ କୋର୍ଟ ଓ ସିନେମା ହଲ୍

Published By : Prameya-News7 Bureau | August 01, 2020 IST

ଭୁବନେଶ୍ୱର, ୦୧|୦୮:  ରାଜଧାନୀ ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍ । କରୋନା ଗାଇଡଲାଇନ୍ ପାଳନ ସହ ମଲ୍ ଖୋଲିବ ବୋଲି ସୂଚନା ଦେଇଛି ବିଏମସି ।

ବିଏମସିର କହିବାନୁସାରେ ମଲ୍ ଖୋଲିବା ନେଇ ଏସଓପି ଜାରି କରାଯାଇଛି । ଏସଓପି ଅନୁସାରେ, କରୋନା କଟକଣାକୁ ମାନିବା ବାଧ୍ୟତାମୂଳକ । ମଲ୍‌ରେ ମାସ୍କ ପିନ୍ଧିବା ନେଇ ନିଶ୍ଚିତ କରିବେ କର୍ତୃପକ୍ଷ ।କିନ୍ତୁ ମଲ୍ ଭିତରେ ଫୁଡ୍ କୋର୍ଟ ଓ ସିନେମା ହଲ୍ ବନ୍ଦ ରହିବ । ଗେମ୍ ଜୋନ୍ ମଧ୍ୟ ବନ୍ଦ ରହିବ । ଏପରିକି ମଲ୍ ପରିସରରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.