vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ନିଆଁ ଲାଗି ଜଳିଗଲା ରଙ୍ଗ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

20/05/2022 at 5:39 PM

ଢେଙ୍କାନାଳ, ୨୦/୫: ଚାହୁଁ ଚାହୁଁ ଜଳିଗଲା ରଙ୍ଗ ଦୋକାନ ।  ଆଉ ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ । ଏପରି ଅଗ୍ନିକାଣ୍ଡ ଘଟିଛି ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାରରେ । ଆଜି ଅପରାହ୍ନରେ ରାଧାକୃଷ୍ଣ ବଜାରର ଭୀମସେନ ବେହେରାଙ୍କ ରଙ୍ଗ ଦୋକାନରେ ଅଚାନକ ନିଆଁ ଲାଗିଥିଲା । ଦୋକାନରେ ବିପୁଳ ପରିମାଣରେ ରଙ୍ଗ ସାମଗ୍ରୀ ଥିବାରୁ ଆଖି ପିଛୁଳାକେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା ।

ଖବର ପାଇ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଅନ୍ୟ ଦୋକାନକୁ ଏହି ନିଆଁ ବ୍ୟାପିବାରୁ ରକ୍ଷା ମିଳିଥିଲା । ତେବେ ନିଆଁ ଲାଗିବାର ସଠିକ କାରଣ କଣ ଜଣା ନପଡିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ନିଆଁରେ ପ୍ରାୟ ୫ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

   Related Posts