କେନ୍ଦ୍ରାପଡ଼ାରେ ଫୁଟିଲା ଗୁଳି, ଠିକାଦାର ଗୁରୁତର
29/07/2023 at 7:59 PM

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଲୁଣା ବ୍ରିଜ୍ ନିକଟରେ ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ ଆହତ ହୋଇଥିବା ଜଣା ପଡ଼ିଛି। ଆହତ ଜଣକ ଜଗତସିଂହପୁର ଅଞ୍ଚଳର ଠିକାଦାର ଶକ୍ତି ଚନ୍ଦ୍ର ମହାନ୍ତି । ଦାଦା ବଟିକୁ ନେଇ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।
ବୁଲେଟରେ ଆସି ଦୁଇ ଦୁର୍ବୃତ୍ତ ଗୁଳିମାଡ କରିଥିବା ସୂଚନା ମିଳିଛି। ଯୁବକଙ୍କ ପେଟରେ ଗୁଳି ବାଜିଛି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ଜଣେ ଠିକାଦାରଙ୍କ ସୁପରଭାଇଜର ବୋଲି ସୂଚନା ମିଳିଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ମାର୍ଶାଘାଇ ପୋଲିସ ତନାଘନା ଆରମ୍ଭ କରିଛି।
Also read- ବିବାହ ପାଇଁ ମନା କରିବାରୁ ମୁଣ୍ଡକୁ ରଡ୍ରେ ପିଟି ଯୁବତୀଙ୍କୁ ହତ୍ୟା କଲା ପ୍ରେମିକ
Related Posts
ପୋଲିସ ପଞ୍ଝାରେ ଲୁଟେରା, ସୁନା ସହିତ ନଗଦ ଟଙ୍କା ଜବତ
28 November 2023
ଝାରପଡାରେ ବିଚାରାଧୀନ ମହିଳା କଏଦୀର ମୃତ୍ୟୁ, ବଧୂହତ୍ୟା ମାମଲାରେ ଯାଇଥିଲା ଜେଲ୍
28 November 2023