ମେକ୍ସିକୋ ଜେଲରେ ଆକ୍ରମଣ; ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୧୪ମୃତ, ଫେରାର୍ ହୋଇଗଲେ ୨୪ କଏଦୀ

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ: ନୂଆବର୍ଷରେ ମେକ୍ସିକୋର ଏକ ଜେଲରେ ବନ୍ଧୁକଧାରୀଙ୍କ ହମଲା । ଗୁଳିମାଡ଼ରେ ୧୪ଜଣ ମୃତ୍ୟୁ ହୋଇଥିବାବେଳେ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ନୂଆବର୍ଷ ଦିନ ସକାଳେ ଏକ କାର୍ ଆସି ଦୁର୍ବୃତ୍ତ ମାନେ ଆଖିବୁଜା ଗୁଳି ଚଳାଇଥିଲେ । ଜେଲରେ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ମୃତକଙ୍କ ମଧ୍ୟରେ ସୁରକ୍ଷାକର୍ମୀ ଓ କଏଦୀ ସାମିଲ ରହିଛନ୍ତି । ଏହା ପୂର୍ବରୁ ଅକ୍ଟୋବର ମାସରେ ମଧ୍ୟ ବନ୍ଧୁକଧାରୀଙ୍କ ଆକ୍ରମଣରେ ୧୮ଜଣଙ୍କ ମୃତ୍ୟୁ ହୋଇଥିଲା ।

ସୂଚନା ଅନୁଯାୟୀ, ଉତ୍ତର ଆମେରିକା ଦେଶ ମେକ୍ସିକୋରେ ଏହି ଆକ୍ରମଣ ହୋଇଛି । ମେକ୍ସିକୋର ଚଓ୍ବାବାରେ ଥିବା ସବୁଠାରୁ ସୁରକ୍ଷିତ ଜେଲ୍ ଭିତରେ ହମଲା ହୋଇଛି। ଆକ୍ରମାଣକାରୀମାନେ ଏକ କାରରେ ଗାଡ଼ି ଆସି ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ୧୦ ସୁରକ୍ଷାକର୍ମୀ ଓ ୪ କଏଦୀଙ୍କ ସମେତ ମୋଟ୍ ୧୪ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଫାଇଦା ଉଠାଇ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ଏମାନଙ୍କର ଏଯାଏଁ ପରିଚୟ ମିଳିପାରନାହିଁ ।

ନୂଆବର୍ଷ ଦିନ ସକାଳୁ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ମେକ୍ସିକୋର ସବୁଠାରୁ ସୁରକ୍ଷିତ ଜେଲକୁ ଟାର୍ଗେଟ୍ କରିଥିଲେ । ବନ୍ଧୁକଧାରୀଙ୍କ ଆକ୍ରମଣ ପରେ କଏଦୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଛି । ଜେଲ୍ ମଧ୍ୟରେ ସଂଘର୍ଷ ଯୋଗୁ ୧୩ କଏଦୀ ଆହତ ହୋଇଛନ୍ତି । ଅନ୍ୟପଟେ ଆକ୍ରମଣକାରୀଙ୍କ ମଧ୍ୟରୁ ୪ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍ । ତେବେ ଏଥିରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ପୋଲିସ ତଦନ୍ତ ଚଳାଇଛି ।

ଏହା ପୂର୍ବରୁ ୨୦୨୨ ଅକ୍ଟୋବର ମାସରେ ମଧ୍ୟ ଦକ୍ଷିଣ ମେକ୍ସିକୋ ମଧ୍ୟ ହମଲା ହୋଇଥିଲା । ଆକ୍ରମଣକାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୮ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ସ୍ଥାନୀୟ ସହରର ମେୟର ମଧ୍ୟ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.