‘Gadar 2’ର ଶେଷ ହେଲା ଶୁଟିଂ, ଏହି ଦିନ ଆସିବ ବଡ ପରଦାକୁ
18/03/2023 at 10:21 AM

ମୁମ୍ଵାଇ ୧୮।୦୩: ବହୁ ପ୍ରତୀକ୍ଷିତ ଅପକମିଂ ଫିଲ୍ମ ‘ଗଦର ୨’ । ଏଥିରେ ବଲିଉଡର ଦମ୍ଦାର ଅଭିନେତା ସନ୍ନି ଦେଓଲ ଲିଡ୍ରେ ଅଛନ୍ତି। ନିକଟରେ ସୋସିଆଲ ମିଡିଆରେ ଫିଲ୍ମର ସୁଟିଂ ସେଟର ଏକ ଭିଡିଓ ମଧ୍ୟ ଲିକ୍ ହୋଇଥିଲା। ଯେଉଁଥିରେ ସନ୍ନି ଦେଓଲଙ୍କ ଆକ୍ସନ୍ ଅବତାର ଦେଖିବାକୁ ମିଳିଥିଲା। ସନ୍ନି ଦେଓଲଙ୍କ ଏହି ଫିଲ୍ମ ରିଲିଜ୍ ତାରିଖ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଏହାକୁ ଅପେକ୍ଷା କରି ରହିଛନ୍ତି । ଏହି ଚଳଚ୍ଚିତ୍ରରେ ଉତ୍କଳ ଶର୍ମା ଏବଂ ସିମରତ କୌର ମଧ୍ୟ ସନ୍ନି ଏବଂ ଆମେଶାଙ୍କ ସହ ନଜର ଆସିବେ। ଫିଲ୍ମର ସୁଟିଂ ବର୍ତ୍ତମାନ ଶେଷ ହୋଇଛି। ୧୧ ଅଗଷ୍ଟ ୨୦୨୩ରେ ‘ଗଦର -୨’ ପ୍ରେକ୍ଷାଳୟକୁ ଆସିବ ।

ଏହି ଚଳଚ୍ଚିତ୍ର ପ୍ରଥମ ଭାଗ ଶେଷ ହୋଇଥିବା ସ୍ଥାନରୁ କାହାଣୀକୁ ଆଗକୁ ବଢିବ। ମୁଖ୍ୟ ଭୂମିକାରେ ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୦୧ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗଦର’ର ଏକ ସିକ୍ୱେଲ ଅଟେ । ଟ୍ରକ୍ ଡ୍ରାଇଭରର ତାରା ସିଂ ଏହି ଚଳଚ୍ଚିତ୍ରରେ ତାର ପାକିସ୍ତାନୀ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ସଂଘର୍ଷ କରିଥିଲା। ‘ଗଦର ୨’ରେ ପାକିସ୍ତାନୀ ମେଜର ମଲିକଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରୋହିତ ଚୌଧୁରୀ ନିଜ ଟ୍ୱିଟରରେ ସୁଟିଂ ଶେଷ ହୋଇଥିବା ଫଟୋ ସେୟାର କରିଛନ୍ତି।
ସେ ଟୁଇଟ୍ କରି କହିଛନ୍ତି, ‘ଗଦର ୨ ଫିଲ୍ମର ସୁଟିଂ ଶେଷ ହୋଇଛି। ଏହାର ଏକ ଅଂଶ ହେବା ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି । ୧୧.୦୮.୨୦୨୩ ପାଇଁ ଅପେକ୍ଷା କରିପାରିବି ନାହିଁ, ବର୍ତ୍ତମାନ ସମସ୍ତ ପ୍ରସ୍ତୁତ। ଫିଲ୍ମ ବିଷୟରେ କଥାବାର୍ତ୍ତା କରି ରୋହିତ କହିଛନ୍ତି, ‘ଗଦର ୨’ ଯେଉଁଠାରୁ ‘ଗଦର’ ର କାହାଣୀ ଶେଷ ହୋଇଥିଲା, ସେହିଠାରୁ ଆରମ୍ଭ ହୁଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଗଦର’ ଲେଖିଥିବା କାହାଣୀର ଲେଖକ ଶକ୍ତିମାନ ତଲୱାର । ସୁଟିଂ ଶେଷ କରିବା ପରେ ଫିଲ୍ମଟି ବର୍ତ୍ତମାନ ପ୍ରଡକ୍ସନ୍ ରେ ପ୍ରବେଶ କରିଛି ।