Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଆଠଗଡରେ ଫୁଟିଲା ଗୁଳି, ୩ ଗୁରୁତର କଟକ ବଡ ମେଡିକାଲ ସ୍ଥାନାନ୍ତର

12/02/2023 at 8:47 PM

ଆଠଗଡ: କଟକ ଜିଲ୍ଲା ଆଠଗଡ ଥାନା ଜେନାପଦା ଦେଶ ମଝି ସାହିରେ ଗୁଳିମାଡ଼ । ଗୁଳିମାଡ଼ର କାରଣ ଅସ୍ପଷ୍ଟ । ଗୁଳିମାଡ଼ରେ ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି  । ସେମାନଙ୍କୁ ପ୍ରଥମେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ବଡଡାକ୍ତରଖାନା କୁ ସ୍ଥାନାନ୍ତର  କରାଯାଇଛି। ଗୁରୁତର ଆହତ ମାନେ ହେଲେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଦୀନବନ୍ଧୁ ନାୟକ।

ବଂଶୀଧର ନାୟକଙ୍କ ଜଙ୍ଘ ଓ ପେଟରେ,  ଜିତେନ୍ଦ୍ର ନାୟକଙ୍କ ପିଠିରେ, ଦିନବନ୍ଧୁ ନାୟକ ବାମ ହାତ  ଓ ପେଟର ଦୁଇ ଜାଗାରେ ଗୁଳି ବାଜିଛି। ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଆହତ ମାନେ ଗାଁରେ ବସିଥିଲା ବେଳେ ହଠାତ୍ ସଦାନନ୍ଦ ଦାସ  ଆସି ଅର୍ତକିତ ଭାବେ ଗୁଳି ଚାଳନା କରିଥିଲେ। ଘଟଣା ପ୍ରେମ ଜନିତ ବ୍ୟାପାରକୁ ନେଇ ଏବଂ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟିଙ୍ଗକୁ ନେଇ  ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି ।

   Related Posts