ମିଚିଗାନ ଷ୍ଟେଟ୍ ୟୁନିଭର୍ସିଟିରେ ଗୁଳିକାଣ୍ଡ, ୩ ମୃତ, ନିଜକୁ ଗୁଳି କଲା ସନ୍ଦିଗ୍ଧ
14/02/2023 at 5:48 PM

ନୂଆଦିଲ୍ଳୀ, ୧୪/୦୨: ଆମେରିକାର ମିଚିଗାନ୍ ଷ୍ଟେଟ୍ ୟୁନିଭର୍ସିଟିରେ ଗୁଳିମାଡ଼। ଦୁର୍ବୁତ୍ତର ଗୁଳିମାଡ଼ରେ ତିନି ଜଣକ ମୃତ୍ୟ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି। ସନ୍ଦିଗ୍ଧର ମଧ୍ୟ ମୃତଦେହ ଉଦ୍ଧାର ହୋଇଛି। ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ୍।
ସୂଚନା ଅନୁଯାୟୀ, ସୋମବାର ରାତି ୮:୩୦ ସମୟରେ ଏହି ଗୁଳିକାଣ୍ଡ ହୋଇଥିଲା। ୟୁନିଭର୍ସିଟି ପୋଲିସ୍ର ଅନ୍ତରୀଣ ଡେପୁଟୀ ମୁଖ୍ୟ କ୍ରିସ୍ ରୋଜମାନ୍ କହିଛନ୍ତି ଦୁଇଟି ସ୍ଥାନରେ ଆକ୍ରମଣ ହୋଇଥିଲା। ଆକାଡେମିକ୍ ବିଲ୍ଠିଂ ଏବଂ ମିଚିଗାନ୍ ଷ୍ଟେଟ୍ ୟୁନିଭର୍ସିଟିର ୟୁନିୟନ ବିଲ୍ଡିଂରେ ଆକ୍ରମଣ ହୋଇଥିଲା। ରୋଜମାନ କହିଛନ୍ତି ପୋଲିସ୍ ଦୁଇଟିଯାକ ସ୍ଥାନରେ ଏକାଧିକ ଅଭିଯୁକ୍ତ ଥିବା ନେଇ କହିଛି।
ଏମଏସୟୁ ପୋଲିସ୍ ଟ୍ବିଟ୍ କରି କହିଛି ଘଟଣାରେ ତିନି ଜଣକ ମୃତ୍ୟୁ ହୋଇଛି। ଘଟଣାରେ ଜଣେ ମାସ୍କ ପିନ୍ଧା ବ୍ୟକ୍ତିଙ୍କୁ ସନ୍ଦେହ କରାଯାଉଛି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କ’ଣ ପାଇଁ ଗୁଳିମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
ସେହିପରି ଆଇଏମ ଇଷ୍ଟରେ ମଧ୍ୟ ଗୁଳିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ଯେଉଁଠାରେ ଅନେକ ଲୋକ ଆହତ ହୋଇଛନ୍ତି। ମିଚିଗାନ ଗଭର୍ଣ୍ଣର ଗ୍ରେଚେନ୍ ହ୍ବାଇଟମର ଗୁଳିକାଣ୍ଡକୁ ନେଇ କହିଛନ୍ତି ପୋଲିସ୍ ଅଞ୍ଚଳକୁ ସୁରକ୍ଷିତ କରିବାରେ କାମ କରୁଛି।