ମଲ୍ ଭିତରେ ଆଖିବୁଜା ଗୁଳିମାଡ଼ରେ ୩ ମୃତ, ଦୁର୍ବୁତ୍ତକୁ କାବୁ କଲା ପୋଲିସ୍
3/10/2023 at 5:40 PM

ନୂଆଦିଲ୍ଲୀ: ମଲ୍ରେ ଗୁଳିକାଣ୍ଡରେ ତିନି ଜଣକ ମୃତ୍ୟୁ। ବ୍ୟାଙ୍ଗକକ୍ର ଏକ ବିଳାସପୂର୍ଣ୍ଣ ମଲ୍ରେ ଗୁଳିକାଣ୍ଡ ଯୋଗୁଁ ତିନି ଜଣକ ମୃତ୍ୟୁ ହୋଇଛି। ମଙ୍ଗଳବାର ପୋଲିସ୍ ଏନେଇ ସ୍ପଷ୍ଟ କରିଛି। ଘଟଣାରେ ଜଣେ ୧୪ ବର୍ଷୀୟ ଯୁବକକୁ ଗୁଳିଚଳାଇଥିବା ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଏହି ଯୁବକ ଜଣକ ସିଆ ପାରାଗନ ମଲ୍ରେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ଆଉ ଏଥିରେ ତିନି ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ। ତେବେ ଘଟଣାର ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲା ଏବଂ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଘଟଣାରେ ଜଣକୁ ଗିରଫ କରିଥିବା କହିଛି ମେଟ୍ରୋପଲିଟିଆନ ପୋଲିସ୍ ଡିଟେକ୍ଟିଭ୍ ଡିପାର୍ଟମେଣ୍ଟ।
ଆହୁରି ପଢ଼ନ୍ତୁ: ଫ୍ଲୋରିଡାରେ ଗୁଳିକାଣ୍ଡ; ୩ କୃଷ୍ଣକାୟ ଲୋକ ମୃତ, ବର୍ଣ୍ଣ ବୈଷମତାକୁ ନେଇ ହତ୍ୟା ଅଭିଯୋଗ
ଘଟଣାରେ ଭିଡିଓ ମଧ୍ୟ ଭାଇରାଲ ହେଉଥିବା ଦେଖାଯାଇଛି। ଯେଉଁଥିରେ ଲୋକମାନେ, ପିଲା ଏବଂ ଏଣେତେଣେ ଦୌଡ଼ୁଥିବାର ଦେଖାଯାଉଛି। ଏବଂ ସୁରକ୍ଷା କର୍ମୀ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଘଟଣାକୁ ନେଇ ଅବଗତ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରେଟ୍ଟା ଥାଭିସିନ୍। ଏହା ସହ ଲୋକଙ୍କ ସୁରକ୍ଷା ପାଇଁ ଚିନ୍ତିତ ଏବଂ ପୋଲିସ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।