ଆମେରିକାର ସ୍କୁଲରେ ପୁଣି ଗୁଳିକାଣ୍ଡ, ତିନି ଛାତ୍ର ମୃତ
27/03/2023 at 11:08 PM

ନୂଆଦିଲ୍ଲୀ, ୨୭/୦୩: ଆମେରିକାରେ ପୁଣି ଥରେ ଗୁଳିମାଣ୍ଡ ଘଟଣା ସାମ୍ନାକୁ ଆସିଛି। ଆକ୍ରମଣକାରୀ ଏକ ସ୍କୁଲରେ ଆଖିବୁଜା ଗୁଳିଚାଳନା କରିଥିଲା। ଘଟଣାରେ ତିନି ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ତେବେ ପାଲିସର ପାଲଟା ଗୁଳିମାଡରେ ଅପରାଧୀର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଆକ୍ରମଣକାରୀ ସୋମବାର ଟେନେସୀର ନାସଭିଲେରେ ଏକ ସ୍କୁଲରେ ଗୁଳିମାଡ଼ କରିଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅନେକ ଗୁଳିମାଡ଼ର ଶିକାର ହୋଇଥିଲେ। ନାସଭିଲେ ପୋଲିସ୍ ଟ୍ବିଟ୍ କରି କଭେନାଣ୍ଟ ସ୍କୁଲ କୋଭେନାଣ୍ଟ ପ୍ରେସ୍ବିଟେରିୟନ ଚର୍ଚରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଆକ୍ରମଣକାରୀକୁ ଏମଏନପିଡି ଦ୍ବାରା ନିହତ ହୋଇଛି।