ଫିଫା ମହିଳା ବିଶ୍ବ କପ୍ ପୂର୍ବରୁ ଗୁଳିକାଣ୍ଡ, ତିନି ମୃତ: ଖେଳାଳିଙ୍କ ମଧ୍ୟରେ ଭୟ
20/07/2023 at 4:35 PM

ନୂଆଦିଲ୍ଲୀ, ୨୦/୦୭: ଫିଫା ବିଶ୍ବ କପ୍ ପୂର୍ବରୁ ନ୍ୟୁଜିଲାଣ୍ଡରେ ଗୁଳିକାଣ୍ଡ। ନ୍ୟୁଜିଲାଣ୍ଡର ମଧ୍ୟ ଅକଲ୍ୟାଣ୍ଡରେ ଖେଳାଯିବ ମହିଳା ଫିଫା ବିଶ୍ବ କପ୍। ହେଲେ ମ୍ୟାଚ୍ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଏଠାରେ ହୋଇଥିବା ଏକ ଗୁଳିକାଣ୍ଡରେ ତିନି ଜଣକ ମୃତ୍ୟୁ ହୋଇଛି। ତେବେ ପୋାଲିସ୍ ଗୁଳିରେ ଦୁର୍ବୁତ୍ତର ମୃତ୍ୟୁ ହୋଇଛି। ଘଟଣାରେ ପୋଲିସ୍ କର୍ମୀଙ୍କ ସହ ଛଅ ଜଣ ଆହତ ମଧ୍ୟ ହୋଇଛି। ଗୁଳିକାଣ୍ଡ କେନ୍ଦ୍ରୀୟ ବ୍ୟାପାର ଜିଲ୍ଲା ସ୍ଥିତ ଏକ ନିର୍ମାଣ ସ୍ଥଳରେ ହୋଇଛି।
ସେପଟେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିସ ହିପ୍କିଙ୍ଗ୍ସ ଏହି ଗୁଳିକାଣ୍ଡକୁ ଆତଙ୍କୀ ହମଲା ନୁହେଁ ବୋଲି କହିଛନ୍ତି। ଦୁର୍ବୁତ୍ତ ଏକ ସର୍ଟଗନରୁ ଗୁଳିମାଡ଼ କରିଥିଲା। ଯାହାକୁ ପୋଲିସ ତା’ ନିକଟରୁ ଜବତ କରିଛି। ସେ ଆହୁରି କହିଛନ୍ତି ‘‘ପୋଲିସ୍ର ତତ୍ପରତା ଫଳରେ ଘଟଣା ନିୟନ୍ତ୍ରଣକୁ ଆସିଥିଲା। ମ୍ୟାଚ୍ରେ ସାମିଲ୍ ହେବାକୁ ଥିବା ସବୁ ଖେଳାଳି ଏବଂ ଟିମ୍ର ସଦସ୍ୟ ସୁରକ୍ଷିତ ଅଛନ୍ତି। ଏହି ଘଟଣା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ନୁହେଁ।‘‘ ଏହାସହ ଫିଫା ଟୁର୍ଣ୍ଣାମେଣ୍ଟ ଯୋଜନା ଅନୁଯାୟୀ ହିଁ ଜାରି ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ବକପ୍ର ପ୍ରଥମ ମ୍ୟାଚ ସହରର ଇଡନ ପାର୍କରେ, ନ୍ୟୁଜିଲାଣ୍ଡ ଏବଂ ନରଓ୍ବେ ମଧ୍ୟରେ ଖେଳାଯିବ।