scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ହୋଇଥିଲା ଅତ୍ୟାଧୁନିକ ଅସ୍ତ୍ରର ଉପଯୋଗ, ବ୍ୟବହାର ହୋଇଥିଲା AK-47 ସମେତ ଏହିସବୁ ଅସ୍ତ୍ରଶସ୍ତ୍ର

5/07/2022 at 2:32 PM

ନୂଆଦିଲ୍ଲୀ ୫।୭:   ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ସୁଟରମାନେ ଅତ୍ୟାଧୁନିକ ଅସ୍ତ୍ରର ଉପଯୋଗ କରିଥିଲେ। ନିକଟରେ ଦେଖା ଯାଇଥିବା ଭିଡିଓ ଏବଂ ଛବିରେ ଏ ବାବଦେ ପୁଷ୍ଟି ହୋଇଯାଇଛି। ସିଦ୍ଧୁଙ୍କ ଉପରେ ଅଷ୍ଟ୍ରିଆ, ତୁର୍କିୟେ ଓ ଜର୍ମାନୀର ଗ୍ଲୋକ୍ ପି-୩୦ ଓ ଜିଗାନା ଭଳି ପିସ୍ତଲରୁ ଗୁଳି ଚଳାଯାଇଥିଲା। ଏହା ଛଡା ଏକେ-୪୭ର ଉପଯୋଗ ମଧ୍ୟ ହୋଇଥିଲା। ଭିଡିଓ ଏବଂ ଫଟୋରେ ଆତତାୟୀଙ୍କ ହାତରେ ଦେଖା ଯାଉଥିବା ପିସ୍ତଲ ଓ ବନ୍ଧୁକ ବିଶ୍ୱର ସବୁଠୁ ଭଲ ଅସ୍ତ୍ର ଭାବେ ଜଣା।

ଏଥିରେ ସେମାନେ ଅଷ୍ଟ୍ରିଆର ଗ୍ଲାକ୍ ପିସ୍ତୋଲ, ଜର୍ମାନର ହେକଲର ଏଣ୍ଡ କୋଚ୍ ପି-୩୦ ହ୍ୟାଣ୍ଡଗନ, ଷ୍ଟାର ପିସ୍ତଲ ଓ ତୁର୍କିୟେର ଜିଗାନା ସେମି ଅଟୋମ୍ୟାଟିକ୍ ପିସ୍ତଲ ରହିଛି। ଏହି ସବୁ ଅସ୍ତ୍ରରୁ ସିଦ୍ଧୁଙ୍କ ଉପରକୁ ଗୁଳିମାଡ କରାଯାଇଥିଲା। ପୋଲିସ ପଚରା ଉଚରାରେ ସୁଟର୍ସ ଯାହା କହିଛନ୍ତି ତାହା ମଧ୍ୟ କମ୍ ଆଶ୍ଚର୍ଯ୍ୟଜନକ ନୁହେଁ। ଏହି ହତ୍ୟାରେ ସେମାନେ ୨ ଜଣ ଯୁବତୀଙ୍କୁ ମଧ୍ୟ ଉପଯୋଗ କରିବେ ବୋଲି ଯୋଜନା କରିଥିଲେ। ଏଥିରେ ଜଣେ ଯୁବତୀଙ୍କୁ ପୋଲିସ ପୋଷାକରେ ଓ ଅନ୍ୟ ଜଣକୁ ପ୍ରେସ୍‌ ରିପୋର୍ଟର ଭାବେ ସେମାନେ ସିଦ୍ଧୁଙ୍କ ଘରକୁ ପଠାଇଥାନ୍ତେ।

ଗିରଫ ସୁଟରମାନଙ୍କ ନିକଟରୁ ପୋଲିସ ୟୁନିଫର୍ମ ମଧ୍ୟ ଜବତ ହୋଇଛି। ସିଦ୍ଧୁ କଡା ସୁରକ୍ଷା ବଳୟରେ ରହୁଥିଲେ। ଏଣୁ ତାଙ୍କ ହତ୍ୟା ଯୋଜନା ବାରମ୍ବାର ବିଫଳ ହେଉଥିଲା। ଏଥିଲାଗି ଗ୍ୟାଙ୍ଗରେ ୨ ଜଣ ଯୁବତୀଙ୍କୁ ସାମିଲ କରିବା ପାଇଁ ଯୋଜନା ହୋଇଥିଲା। ତେବେ ଏହି ଯୋଜନା ଲାଗି ସେମାନେ ଯୁବତୀ ଯୋଗାଡ କରିପାରିନଥିଲେ। ସିଦ୍ଧୁଙ୍କ ହତ୍ୟାରେ ସାମିଲ ସୁଟର କଶିଶ ଓରଫ କୁଲଦୀପ ସୋସିଆଲ ମିଡିଆରେ ଲଗାତାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଫଟୋ ଭିଡିଓ ଅପଲୋଡ କରୁଥିଲା। ସୋସିଆଲ ମିଡିଆରେ ତାର ଫଟୋ ଓ ଭିଡିଓ ଦେଖି ଲରେନ୍ସ ବିଶ୍ନୋଇ ଓ ଗୋଲ୍ଡି ବ୍ରାର ତା ସହ ଯୋଗାଯୋଗ କରିଥିଲେ।

ଅପରପଟେ ସିଦ୍ଧୁଙ୍କ ହତ୍ୟା ପରେ ସୁଟର ସଚିନର ସୋସିଆଲ ମିଡିଆରେ ଫଲୋଅରଙ୍କ ସଂଖ୍ୟା ବଢି ଯାଇଥିଲା। ଫେସବୁକ୍ ଫ୍ରେଣ୍ଡ ଲିଷ୍ଟରେ ଫ୍ରେଣ୍ଡ ରିକ୍ୱେଷ୍ଟ ମଧ୍ୟ ବଢି ଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମେ ୨୯ ତାରିଖ ଦିନ ଗୁଳିକରି ହତ୍ୟା କରାଯାଇଥିଲା। ପଞ୍ଜାବ ମାନସା ଜିଲ୍ଲାର ଜବାହାରକେ ଗାଁରେ ତାଙ୍କର ହତ୍ୟା ହୋଇଥିଲା। ଜେଲରେ ବନ୍ଦୀ ଲରେନ୍ସ ବିଶ୍ନୋଇ ଓ କାନାଡାରେ ରହୁଥିବା ଗୋଲ୍ଡି ବ୍ରାର ଏହି ହତ୍ୟା ଲାଗି ନିଜକୁ ଦାୟି କରିଥିଲେ।  

   Related Posts