oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଗଜବା-ଏ-ହିନ୍ଦ’ର ସ୍ୱପ୍ନ ଦେଖୁଛନ୍ତି ସୋଏବ ଅଖତାର, କହିଲେ-‘ଭାରତ ଉପରେ ଆକ୍ରମଣ ସହ କାଶ୍ମୀର ଉପରେ କରିବୁ କବଜା’

25/12/2020 at 1:17 PM

ଲାହୋର, ୨୫।୧୨: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର ଗଜବା-ଏ-ହିନ୍ଦର ସ୍ୱପ୍ନ ଦେଖୁଛନ୍ତି ।   ସେ କହିଛନ୍ତି ଯେ, ପକାସିତ୍ନ ଦିନେ ନା ଦିନେ କାଶ୍ମୀର ଉପରେ କବଜା କରିବ । ସୋଏବ ଏହି କଥା ସମା ଟିଭିରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ଏହାର ଭିଡିଓ  ଭାଇରାଲ ହେବା ପରେ ଭାରତୀୟ ୟୁଜର ସୋଏବଙ୍କୁ ଟ୍ରୋଲ କରିଛନ୍ତି । ପୂର୍ବରୁ ମଧ୍ୟ ସୋଏବ ଭାରତ ଓ କାଶ୍ମୀର ବିରୋଧରେ ବୟାନ ଦେଇଛନ୍ତି ।

ସମା ଟିଭିର ଏହି ସାକ୍ଷାତକାରକୁ ପୁରୁଣା ବୋଲି କୁହାଯାଉଛି । ଯେଉଁଥିରେ ସୋଏବ ଗଜବା ଏ ହିନ୍ଦ ବାବଦରେ ପକ୍ଷ ରଖୁଛନ୍ତି । ଏହାର ଅର୍ଥ ହେଉଛି ଭାରତ ବିରୋଧରେ ପ୍ରବିତ୍ର ଯୁଦ୍ଧ ।

ସାକ୍ଷାତକାରରେ ସୋଏବ କହିଛନ୍ତି ଯେ, ପାକିସ୍ତାନୀ ବହିରେ ଗଜବା ଏ ହିନ୍ଦ ବାବଦରେ ଉଲ୍ଲେଖ ରହିଛି । ଏହି ନଦୀ ଦୁଇ ଥର ରକ୍ତରେ ଲାଲ୍ ହେବ । ଆଫଗାନିସ୍ତାନରୁ ସେନା ଅଟାକ ଯାଏଁ ପହଁଚିବ । ସମାଲ ମସରିକରୁ ଉଠିବା ପରେ ଉଜବେକିସ୍ତାନରୁ ଏକ ଅଲଗା ଦଳ ଆସି ପହଁଚିବ । ଏହା ଏକ ଐତିହାସିକ ଅଞ୍ଚଳ ଭାବେ ସ୍ଥାନ ପାଇବ । ସମାଲ ମସରିକ ହେଉଛି ଉର୍ଦ୍ଦୁର ଏକ ଶବ୍ଦ । ଏହାକୁ ପାକିସ୍ତାନର କଠୋରପନ୍ଥୀ ଇସଲାମିକ ପ୍ରଚାରକମାନେ ବ୍ୟବହାର କରିଥାନ୍ତି ।

ଅଖତାର ଆହୁରି କହିଛନ୍ତି ଯେ, କାଶ୍ମୀର ପାକିସ୍ତାନରେ ସ୍ଥାନ ପାଇବ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ଭାରତୀୟ ୟୁଜରମାନେ ଏହି ପ୍ରସଙ୍ଗରେ ଅଖତାରଙ୍କୁ ସମାଲୋଚନା କରିଛନ୍ତି ।

   Related Posts