ଏହି ଖେଳାଳିଙ୍କୁ ପ୍ରଶଂସାରେ ପୋତିଲେ ରାଓ୍ୱଲପିଣ୍ଡି ଏକ୍ସପ୍ରେସ, କହିଲେ...

Published By : Prameya-News7 Bureau | March 15, 2020 IST

ଲାହୋର, ୧୫|୦୩:   ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର ବ୍ୟାଟସମ୍ୟାନ୍ ବାବର ଆଜମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ ଅନନ୍ୟ ଓ ଦଳ ପାଇଁ ଏକ ଅମୂଲ୍ୟ ରତ୍ନ ବୋଲି ଅଖତାର କହିଛନ୍ତି।

{"id":238778,"width":747,"height":418,"sizeSlug":"large"}

ସୋଏବ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ଯଦି କେଉଁ ବୋଲର ବାବରଙ୍କୁ ବୋଲିଂ କରି ତେବେ ଫଳାଫଳ ପାଇଁ ପ୍ରସ୍ତୁତ ରହିବାକୁ ହେବ। ବାବର ପାକିସ୍ତାନୀ କ୍ରିକେଟ ପାଇଁ ସବୁଠାରୁ ବଡ ଆବିଷ୍କାର।

୨୦୧୬ରେ ପାକିସ୍ତାନ ପାଇଁ ପଦାର୍ପଣ କରିଥିବା ବାବର ବହୁତ କମ ଦିନରେ ବିଶ୍ୱ କ୍ରିକେଟରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛନ୍ତି। ସେ ଦଳ ପାଇଁ ୨୬ଟି ଟେଷ୍ଟ, ୭୪ଟି ଦିନିକିଆ ଓ ୩୮ଟି ଟି୨୦ ମ୍ୟାଚ ଖେଳିଛନ୍ତି। ଟେଷ୍ଟରେ ସେ ୧୮୫୦ ରନ କରିଥିବା ବେଳେ ଦିନିକିଆରେ ୩୩୫୯ ଓ ଟି୨୦ରେ ୧୪୭୧ ରନ କରିଛନ୍ତି।

{"id":238779,"width":747,"height":420,"sizeSlug":"large"}

ଟେଷ୍ଟରେ ବାବରଙ୍କ ନାମରେ ୫ଟି ଶତକ ରହିଛି। ସେହିପରି ଦିନିକିଆରେ ସେ ୧୧ଟି ଶତକ ଅର୍ଜନ କରିଛନ୍ତି। ୨୨ ବର୍ଷୀୟ ବାବର ପାକିସ୍ତାନ ପାଇଁ ହାଟ୍ରିକ୍ ଶତକ ମଧ୍ୟ ଲଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.