scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଷ୍ଟ୍ରେଲିଆ କିମ୍ବଦନ୍ତୀ କ୍ରିକେଟର ଶେନ୍ ୱର୍ଣ୍ଣଙ୍କ ମୃତ୍ୟୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା, କୋଭିଡ୍ ଟିକା ପାଇଁ ଗଲା କି ଜୀବନ ?

22/06/2023 at 4:15 PM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କିମ୍ବଦନ୍ତୀ କ୍ରିକେଟର ଶେନ୍ ୱାର୍ଣ୍ଣଙ୍କର ଗତବର୍ଷ ମାର୍ଚ୍ଚ ୪ ତାରିଖରେ ୫୨ ବର୍ଷ ବୟସରେ ପରଲୋକ ହୋଇଥିଲା। ବର୍ଷକ ପରେ ତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କୁ ଚମକାଇ ଦେଲା ଭଳି ତଥ୍ୟ ଖୁଲାସା ହୋଇଛି । କୋଭିଡ୍‌ ଭ୍ୟାକ୍ସିନ୍‌ ଯୋଗୁ କ୍ରିକେଟରଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି।

ମୂଳ ଭାରତୀୟ ୟୁକେ ହୃଦରୋଗ ବିଶେଷଜ୍ଞ ଡ. ଅସୀମ ମଲହୋତ୍ରା ଓ ଅଷ୍ଟ୍ରେଲିଆର ଚିକିତ୍ସତକ ଡ. କ୍ରିସ୍‌ ନେଇଲି ଏଭଳି ଖୁଲାସା କରିଛନ୍ତି। ପ୍ରଥମ ଡୋଜ୍‌ର ୯ ମାସ ପୂର୍ବରୁ ହିଁ ୱାର୍ଣ୍ଣ କୋଭିଡ୍‌ଏମ୍‌ଆର୍‌ଏନ୍‌ଏ ଭ୍ୟାକ୍ସିନ୍‌ ନେଇଥିବା କାରଣରୁ ଏହା ତାଙ୍କ ଶରୀର କୁ ପ୍ରଭାବପ ପକାଇଥିଲା। ଯାହାଦ୍ୱାରା ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଦୁଇ ଡାକ୍ତର ସୂଚନା ଦେଇଛନ୍ତି।

Beta-containing COVID-19 booster vaccine found to cross-neutralize variants  in non-human primates

ପଢ଼ନ୍ତୁ –ଭ୍ୟାକ୍ସିନ ନେଇ ମୃତ୍ୟୁ ଘଟଣାରେ ବିଲ୍‌ ଗେଟ୍ସ ଓ ସେରମ ଇନଷ୍ଟିଟ୍ୟୁଟ୍‌କୁ ନୋଟିସ୍ କଲେ ବମ୍ବେ ହାଇକୋର୍ଟ

ୱାର୍ଣ୍ଣଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟରେ କରୋନାରି ଆଥେରୋସ୍କେଲୋରୋସିସ୍ ରୋଗ ଓ ହୃଦରୋଗ ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ହେଲେ ହୃଦ୍‌ରୋଗ ବିଶେଷଜ୍ଞ ଅସୀମ ମଲହୋତ୍ରା ଓ ଅଷ୍ଟ୍ରେଲିଆନ ମେଡିକାଲ ପ୍ରଫେସ୍‌ନାଲ ସୋସାଇଟିର ଅଧ୍ୟକ୍ଷ ଡ. କ୍ରିସ୍ ନେଇଲି ଏନେଇ ଗବେଷଣା କରିଥିଲେ।

ଗବେଷଣାରୁ ଜଣାପଡ଼ିଛି ଯେ କୋଭିଡ୍ ଏମ୍‌ଆର୍‌ଏନ୍ଏ ଟିକା କରୋନାରୀ ରୋଗକୁ ବଢ଼ାଇ ଦେଇଥାଏ।। ବିଶେଷ କରି ଯେଉଁମାନେଙ୍କର ହୃଦରୋଗ ଥିଲେ ବି ସ୍ପଷ୍ଟ ହୋଇ ନଥାଏ। ୫୨ ବର୍ଷରେ ଜଣେ କ୍ରିକେଟର୍‌ଙ୍କର ହୃଦ୍‌ଘାତରେ ମୃତ୍ୟୁ ହେବା ସାଧାରଣ କଥା ନୁହେଁ ବୋଲି ମଲହୋତ୍ରା କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ୱାର୍ଣ୍ଣ ଆଦୌ ସୁସ୍ଥ ଜୀବନ ଜିଉଁ ନଥିଲେ। ତାଙ୍କର ଅତ୍ୟଧିକ ଓଜନ ହୋ ସହିତ ପ୍ରବଳ ଧୂମପାନ କରୁଥିଲେ। ଏହି ଟିକାରୁ ହୃଦ୍‌ରୋଗ ନେଇ ଏକାଧିକ ପ୍ରମାଣ ରହିଛି। ଅଷ୍ଟ୍ରେଲିଆ ଓ ବିଶ୍ୱରେ ଅଧିକାଂଶ ମୃତ୍ୟୁ ପଇଁ କୋଭିଡ୍‌ ଏମ୍‌ଆର୍‌ଏନ୍‌ଏ ହିଁ ଦାୟୀ। ଏଥିପାଇଁ ଏନେଇ ଏକ ତଦନ୍ତର ଆବଶ୍ୟକତା ରହିଛି। ତୁରନ୍ତ ଏହି ଟିକା ଉପରେ ରକୋ ଲଗାଇବାରେ ଆବଶ୍ୟକତା ରହିଛି ବୋଲି ମଲହୋତ୍ରା କହିଛନ୍ତି।

NZ Covid Vaccination Mandate Expanded To Health & Education | Hobec

ଡ. ନୀଲ କହିଛନ୍ତି ଯେ ସମସ୍ତ ଗବେଷଣା ଓ ତଥ୍ୟକୁ ସମୀକ୍ଷା କରିବା ପରେ ଏହା ସ୍ପଷ୍ଟ ହେଉଛି ଯେ COVID ଟିକା କେବଳ ମାୟୋକାର୍ଡାଇଟିସ୍ ଏବଂ ପେରିକାର୍ଡାଇଟିସ୍ ଅପେକ୍ଷା କାର୍ଡିଓଭୋସ୍କୁଲାର ସିଷ୍ଟମ ଉପରେ ଖରାବ ପ୍ରଭାବ ପକାଇପାରେ। ଏନେଇ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ପଢ଼ନ୍ତୁ –କୋଭିଡ୍ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ବୈଜ୍ଞାନିକଙ୍କୁ ହତ୍ୟା, ବେଲ୍‌ଟରେ ତଣ୍ଟି ଚିପି ମାରିଲା ସନ୍ଦିଗ୍ଧ

Shane Warne, Australian cricketing legend and 'Spin King', passes away at  52 | Mint

   Related Posts