Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାକିସ୍ତାନକୁ ଝଟକା; ଭାରତକୁ ମିଳିଲା ୩ ଦେଶଙ୍କ ସମର୍ଥନ, କ’ଣ କରିବ PCB ?

6/06/2023 at 11:46 PM

ନୂଆଦିଲ୍ଲୀ: ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିପାରେ ପାକିସ୍ତାନ । ଅଧିକାଂଶ ଦେଶ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ହାଇବ୍ରିଡ୍‌ ମଡେଲକୁ ବିରୋଧ କରୁଥିବା ବେଳେ ଏସୀୟ କ୍ରିକେଟ୍‌ ପରିଷଦ ପାଇଁ ଚିନ୍ତା ବଢିବାରେ ଲାଗିଛି । ତେଣୁ ଏସିଆ କପ୍‌ ଆୟୋଜନ ଏସିସି ପାଇଁ ବଡ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଅନ୍ୟପଟେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଭଳି ଦେଶ ପାକିସ୍ତାନର ହାଇବ୍ରିଡ୍‌ ମଡେଲ ସପକ୍ଷରେ ନାହାନ୍ତି । ସେମାନେ ବରଂ ନିଜ ଦେଶରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦେଉଛନ୍ତି । ଯାହାକୁ କି ତୀବ୍ର ବିରୋଧ କରୁଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ । ତେଣୁ ପାକିସ୍ତାନ ଏସିଆ କପ୍‌ରୁ ନିଜକୁ ଦୂରେଇ ରଖିପାରେ ।

ପିଟିଆଇ ଅନୁଯାୟୀ, ବାଂଲାଦେଶ କ୍ରିକେଟ୍ ବୋର୍ଡ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏବଂ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ପିସିବି ଦ୍ଵାରା ଦିଆଯାଇଥିବା ହାଇବ୍ରିଡ ମୋଡେଲକୁ ଅସ୍ଵୀକାର କରିଛନ୍ତି। ଏହି ମୋଡେଲ୍ ଅନୁସାରେ ପାକିସ୍ତାନରେ ଏସିଆ କପ୍ ୨୦୨୩ର ପ୍ରାରମ୍ଭିକ ୪ କିମ୍ବା ୫ ମ୍ୟାଚ୍ ଖେଳା ଯିବାର ଥିଲା ଏବଂ ଅବଶିଷ୍ଟ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଆୟୋଜନ ହେବାର ଥିଲା। ଏହି ଅବଶିଷ୍ଟ ମ୍ୟାଚକୁ ପାକିସ୍ତାନ ୟୁଏଇରେ ଆୟୋଜନ କରିବାକୁ ଚାହୁଁଥିଲା, ମାତ୍ର ଅନେକ ଦେଶ ଏହି ପ୍ରସ୍ତାବକୁ ସ୍ଵୀକାର କରି ନାହାନ୍ତି।

we don't know if it can be held or not” : PCB chairman Ehsan Mani Updates  on Asia Cup 2020

ଏବେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଭଳି ଦେଶ ପାକିସ୍ତାନର ହାଇବ୍ରିଡ୍‌ ମଡେଲକୁ ଖାରଜ କରିବା ପରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ବାହାରେ ଅନ୍ୟ କେଉଁ ଦେଶରେ ଆୟୋଜନ ହେବା ଏକ ପ୍ରକାର ଥୟ ହୋଇଯାଇଛି । ତେବେ ଏସିସିର ବୈଠକ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ପୂର୍ବରୁ ପାକିସ୍ତାନ ମଧ୍ୟ କହିସାରିଛି କି, ଯଦି ଏସିଆ କପ୍‌ ଆୟୋଜନ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ ବାହାରେ ଅନ୍ୟ କେଉଁଁ ଦେଶରେ କରାଯାଏ ତେବେ ଟୁର୍ଣ୍ଣାମେଣ୍ଟରେ ଦଳ ଅଂଶ ଗ୍ରହଣ କରିବ ନାହିଁ । ଅର୍ଥାତ୍‌ ପିସିବି ଏସିଆ କପ୍‌କୁ ବୟକଟ୍‌ କରିବ ।

Asia Cup 2023 | PCB threatens to pull out from ODI World Cup if Asian event  moves out of Pakistan: Reports | Cricket News – India TV

ଏବେ ପାକିସ୍ତାନ ନିକଟରେ କେବଳ ଗୋଟିଏ ବିକଳ୍ପ ରହିଛି। ଯଦି ଏସିଆ କପରେ ଅଂଶଗ୍ରହଣ କରିବାର ଅଛି ତେବେ ନିରପେକ୍ଷ ସ୍ଥାନରେ ଖେଳିବାକୁ ପଡ଼ିବ। ଯଦି ପାକିସ୍ତାନ ଆୟୋଜନ ଅଧିକାର ରଖିବାକୁ ଚାହୁଁଛି ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଶ୍ରୀଲଙ୍କାରେ କରାଇବାକୁ ପଡ଼ିବ। ଏମିତି ହେଲେ ସମସ୍ତ ଦେଖ ଖେଳିବାକୁ ପ୍ରସ୍ତୁତ। ହେଲେ ପାକିସ୍ତାନ ନିଜ ଜିଦରେ ଅଟଳ ରହିଛି। ଏପରିକି ଦଳ ଏସିଆ କପ୍ ୨୦୨୩ ବହିଷ୍କାର ବି କରିପାରେ। ଏମିତି ହେଲେ ୟୁଏଇ ଷଷ୍ଠ ଦଳ ଭାବେ ଏସିଆ କପ୍ ଖେଳିପାରେ। ଏହି ପରି ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ନେପାଳ ଏବଂ ୟୁଏଇ ମଧ୍ୟରେ ମୁକାବିଲା ହୋଇପାରେ।

ଏ ଖବର ପଢନ୍ତୁ- WTC Final: କେଏସ ଭରତ ନା ଇଶାନ କିଷନ ? କେମିତି ରହିବ ଭାରତର ପ୍ଲେଇଙ୍ଗ୍ XI

   Related Posts