ମୁମ୍ଵାଇ ୩୦।୧୧: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା । ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ। ଦୁହେଁ ଷ୍ଟାର ଖେଳାଳି । ୧୨ ବର୍ଷ ବିବାହ ପରେ ଏହି ଦମ୍ପତିଙ୍କ ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ଅନେକ ସ୍ଥାନରେ ଏହା କୁହାଯାଉଛି ଯେ ଉଭୟ ଶୀଘ୍ର ଛାଡପତ୍ର ନେବେ ତ ଆଉ କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଶୋଏବ ଏବଂ ସାନିଆ ଆଇନଗତ ଭାବରେ ଅଲଗା ହୋଇଯାଇଛନ୍ତି ଏବଂ କିଛି ଆଇନଗତ ସମସ୍ୟା ହେତୁ ସେମାନେ ଛାଡପତ୍ର ଘୋଷଣା କରୁନାହାଁନ୍ତି। ଏହା ମଧ୍ୟ କୁହାଯାଇଛି ଯେ ସାନିଆ ଏବଂ ଶୋଏବଙ୍କ ମଧ୍ୟରେ ସମ୍ପର୍କର ମତଭେଦ ହେବାର କାରଣ ହେଉଛି ପାକିସ୍ତାନୀ ମଡେଲ । ଯାହାକୁ ଶୋଏବ ଡେଟ କରୁଛନ୍ତି। ଆସନ୍ତୁ ଜାଣିବା ଏହି ପାକିସ୍ତାନୀ ମଡେଲ କିଏ ?
{"width":815,"height":438}ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିବାହ ପରେ ମଧ୍ୟ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଜଣେ ପାକିସ୍ତାନୀ ମଡେଲଙ୍କୁ ଡେଟ କରୁଥିଲେ । ଯେତେବେଳେ ତାଙ୍କ ପତ୍ନୀ ଭାରତୀୟ ଟେନିସ ଆଇକନ ସାନିଆ ଏହା ଜାଣିଲେ ସେତେବେଳେ ସେ ଶୋଏବଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପାକିସ୍ତାନୀ ମଡେଲର ନାମ ହେଉଛି 'ଆୟେଶା ଓମାର' । ତାଙ୍କୁ ଅନେକ ପାକିସ୍ତାନୀ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି।
ଶୋଏବ-ସାନିଆଙ୍କ ଛାଡପତ୍ର ଖବର ଆସିବା ପରେ ପ୍ରଶଂସକମାନେ ଆୟେଶାଙ୍କୁ ପ୍ରଶ୍ନ କରିଥିଲେ। ଏହି ସବୁ ଖବରରେ ଆୟେଶା ସ୍ପଷ୍ଟ କରିଛନ୍ତି ଯେ ସେ ଏବଂ ଶୋଏବ କେବଳ ଭଲ ବନ୍ଧୁ ଏବଂ ଅନ୍ୟ କିଛି ନୁହେଁ। ଶୋଏବ ସାନିଆଙ୍କ ସ୍ୱାମୀ। ମୁଁ ତାଙ୍କୁ କାହିଁକି ବିବାହ କରିବି । ଆଦୌ ନୁହେଁ, ମୁଁ ସେମାନଙ୍କ ସମ୍ମାନ କରେ । ଏହି ସମ୍ପର୍କ ମଧ୍ୟ ଏହି ଦୁନିଆରେ ତିଆରି ହୁଏ, କେବଳ ପ୍ରେମ ଏବଂ ବିବାହ ସବୁକିଛି ନୁହେଁ । ବର୍ତ୍ତମାନ ତାଙ୍କର ଏହି ବୟାନ୍ ଭାଇରାଲ୍ ହେଉଛି।