ମୁମ୍ଵାଇ ୦୬।୧୧: ଅଭିନେତା ଶୋଏବ ଇବ୍ରାହିମଙ୍କ ଭଉଣୀ ସାରା ଇବ୍ରାହିମ ବିବାହ କରିଛନ୍ତି। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏନେଇ ନିଜେ ଶୋଏବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। କେବଳ ଶୋଏବ ନୁହଁନ୍ତି ଦୀପିକା ଇବ୍ରାହିମ ମଧ୍ୟ ସାରାଙ୍କ ସହ ବହୁତ ମଜା କରିଥିଲେ।
wp:html/wp:html
ଶୋଏବ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ବହୁତ ସୁନ୍ଦର ହୋଇଛି। ଭିଡିଓରେ ଦେଖାଯାଉଛି ଯେ ଶୋଏବଙ୍କ ଭଉଣୀ ସାରାଙ୍କୁ ବହୁତ ସ୍ନେହ ପ୍ରେମ ଦେଖାଉଛନ୍ତି। ଏଥି ସହିତ ସେ ତାଙ୍କ ସହ ନାଚୁଥିବା ମଧ୍ୟ ନଜର ଆସିଛନ୍ତି। କେବଳ ଶୋଏବ ହିଁ ନୁହନ୍ତି ଦୀପା ମଧ୍ୟ ଏହି ବିଶେଷ ମୂହୁର୍ତ୍ତକୁ ଉପଭୋଗ କରିବା ସହ ସମସ୍ତଙ୍କୁ ସମର୍ଥନ କରିଛନ୍ତି।
ପ୍ରଶଂସକମାନେ ଶୋଏବଙ୍କ ଏହି ସୁନ୍ଦର ଅନ୍ଦାଜ୍କୁ ଖୁବ୍ ପସନ୍ଦ କରୁଛନ୍ତି । ଏହିପରି ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି- 'ଭାଇ ହେବ ତ ଏମିତି। ଅନ୍ୟ ଜଣେ ଲେଖିଛନ୍ତି- 'ସାରା ଦିଦିଙ୍କୁ ଅଭିନନ୍ଦନ । ଶୋଏବ ଭାଇ ହୃଦୟ ଜିତିଛନ୍ତି।' କେବଳ ସାଧାରଣ ପ୍ରଶଂସକ ନୁହଁନ୍ତି ଅନେକ ସେଲିବ୍ରେଟ୍ ମଧ୍ୟ ସାରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶୋଏବଙ୍କ ପୋଷ୍ଟକୁ ଦେଖି ନାନା କମେଣ୍ଟ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି।