LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସୋଏବ ଅଖତାରଙ୍କ ଭବିଷ୍ୟବାଣୀ, ୨୦୧୧ର ବଦ୍‌ଲା ୨୦୨୩ରେ ନେବୁ…

22/03/2023 at 2:49 PM

ମୁମ୍ବାଇ ୨୨।୦୩ : ସରିଆସୁଛି ସମୟ । ଆଉ ମାସ କେଇଟା ପରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ୍‌ । ଭାରତରେ ୨୦୨୩ କ୍ରିକେଟ୍‌ ବିଶ୍ୱକପ୍‌ ହେବାକୁ ଯାଉଛି। ତାପୂର୍ବରୁ ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାପୂର୍ବରୁ ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତାର ଏକ ଭବିଷ୍ୟବାଣୀ କରିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଭାରତରେ ହେବାକୁ ଥିବା ୨୦୨୩ ବିଶ୍ୱକପ୍‌ ଫାଇନାଲ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ । ଭାରତ ୨୦୧୧ରେ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପାକିସ୍ତାନକୁ ହରାଇଥିଲା । ଯାହାଫଳରେ ପାକିସ୍ତାନ ୨୦୧୧ ବିଶ୍ୱକପ୍‌ରୁ ବିଦା ହୋଇଥିଲା । ପରେ ଭାରତ ଶ୍ରୀଲଙ୍କାକୁ ହରାଇ ଚମ୍ପିଆନ୍‌ ହୋଇଥିଲା । କିନ୍ତୁ ଏଥର ତାହା ହେବନି । ଚଳିତ ବିଶ୍ୱକପ୍‌ରେ ୨୦୧୧ରେ ପ୍ରତିଶୋଧ ନେବ ପାକିସ୍ତାନ । ଭାରତକୁ ପରାସ୍ତ କରି ୨୦୨୩ ବିଶ୍ୱକପ୍‌ ଟ୍ରଫି ବି ଜିତିବ ।

ସେହିପରି କେବଳ ବିଶ୍ୱକପ୍‌ ନୁହେଁ ବରଂ ଏସିଆ କପ୍‌କୁ ନେଇ ବି ବୟାନ ଦେଇଛନ୍ତି । ଚଳିତ ଏସିଆ କପ୍‌ର ଆୟୋଜନ ପାକିସ୍ତାନ କରିବ । କିନ୍ତୁ ବିସିସିଆଇ ନିଜ ଟିମ୍‌କୁ ପାକିସ୍ତାନକୁ ପଠାଇବାକୁ ସିଧା ମନା କରିଦେଇଛି । ଯାହାର ଜବାବରେ ପାକିସ୍ତାନ ବୋର୍ଡ କହିଥିଲା କି, ଯଦି ଭାରତ ତା ଟିମ୍‌କୁ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ପଠାଇବନାହିଁ । ପାକିସ୍ତାନ ବି ୨୦୨୩ ବିଶ୍ୱକପ୍‌କୁ ବହିଷ୍କାର କରିବ । ଏହିକୁ ଏକ ପ୍ରସଙ୍ଗ କରି ଆଲୋଚନା ନକରିବା ଉଚିତ୍‌ । ବିସିସିଆଇ ଭାରତ ସରକାରଙ୍କୁ ନପଚାରି କିଛି ବି କରିପାରିବେନି କି ପାକିସ୍ତାନ ବୋର୍ଡ ବି ସରକାରଙ୍କ ନପଚାରି କିଛି କରିପାରିବନି । ତେଣୁ ପୂର୍ବତନ ଖେଳାଳିମାନେ ଆବଶ୍ୟକ ନଥାଇ ବୟାନ ନଦିଅନ୍ତୁ ।   

   Related Posts