ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ନେଇ ଶୋଏବ ଅଖତାରଙ୍କ ବୟାନ, କହିଲେ – ସମସ୍ତେ ଧୋନି ନୁହଁନ୍ତି…
19/08/2023 at 10:05 AM

ମୁମ୍ବାଇ ୧୯।୦୮ : ଦିନିକିଆ କ୍ରିକେଟ ବିଶ୍ୱକପ୍ ୨୦୨୩ । ବିଶ୍ୱକପ୍କୁ ଆଉ ଦୁଇ ମାସରୁ କମ୍ ଦିନ ବାକି ରହିଛି । ହେଲେ ଟୁର୍ଣ୍ଣାମେଣ୍ଟ ଯେତିକି ପାଖେଇ ଆସୁଛି, ଫ୍ୟାନ୍ସ ମଧ୍ୟରେ ଉତ୍ସାହ ମଧ୍ୟ ସେତିକି ବଢିଚାଲିଛି । ଏଥର ବିଶ୍ୱକପ୍ ସମସ୍ତ ମ୍ୟାଚ୍ ଭାରତରେ ହିଁ ଖେଳାଯିବ । ଭାରତ ୧୦ ବର୍ଷ ତଳେ ଶେଷ ଥର ପାଇଁ ଆଇସିସି ଟ୍ରଫି ଜିତିଥିଲା । ସେବେଠୁ ଟିମ୍ ଆଉ କୌଣସି ଆଇସିସି ଟ୍ରଫି ଜିତିନାହିଁ । ନକ୍ଆଉଟ୍ରେ ଟିମ୍ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତିବାରେ ଫେଲ୍ ମାରିଛି । ଏହିକ୍ରମରେ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର ଏକ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ, ଭାରତ ଶେଷ ଥର ପାଇଁ ୨୦୧୩ରେ ଆଇସିସି ଟ୍ରଫି ଜିତିଥିଲା । ୨୦୧୧ ପରେ ଭାରତରେ ଏଥର ଦିନିକିଆ ବିଶ୍ୱକପ୍ ଖେଳାଯିବ । ୨୦୧୧ରେ ଚମ୍ପିଆନ୍ ହୋଇଥିଲା ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପ୍ର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ । ଏହିକ୍ରମରେ ଭାରତ ଉପରେ ମଧ୍ୟ ଖୁବ୍ ଚାପ ରହିବ । ଖାସ୍ କରି ପ୍ୟାନ୍ସ ଓ ଘରୋଇ ପିଚ୍ରେ ଟ୍ରଫି ଜିତିବାରେ । କିନ୍ତୁ ଏହି ଚାପକୁ ନିୟନ୍ତ୍ରଣ କରିବା ଖୁବ୍ କଷ୍ଟକର। ଖାସ୍ କରି ରୋହିତ ଶର୍ମାଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ରହିବ। ୨୦୧୧ରେ ବି ଏହି ଭିଳି ସ୍ଥିତି ରହିଥିଲା । କିନ୍ତୁ ମହେନ୍ଦ୍ର ସିଂ ଧୋନି ଏସବୁକୁ ଭଲ ଭାବରେ ହ୍ୟାଣ୍ଡେଲ୍ କରିଥିଲେ । ଯାହାଫଳରେ ଟିମ୍ ଚମ୍ପିଆନ୍ ହୋଇଥିଲା । ଏପିରିକି କୌଣସି ଚାପକୁ ସେ ଟିମ୍ ଉପରେ ଭାରି ହେବାକୁ ଦେଇନଥିଲେ । ଯେକୌଣସି ଟିମ୍ ସର୍ବଦା ଭଲ ଖେଳିବାକୁ ଚାହେଁ, କିନ୍ତୁ ଯଦି ଚାପକୁ ଠିକ୍ ଭାବେ ନିୟନ୍ତ୍ରଣ କରାନଯାଏ । ତେବେ ଏହା ଟିମ୍ ପ୍ରତି ବୁମେରାଂ ହୋଇପାରେ । ପୁରା ଟୁର୍ଣ୍ଣାମେଣ୍ଟଟି ଖରାପ ହୋଇଯାଏ ।
ବର୍ତ୍ତମାନ ସମୟରେ ହିଟ୍ ମ୍ୟାନ୍ଙ୍କ ପାଖେ ଏକ ଜବରଦସ୍ତ ଟିମ୍ ରହିଛି । ଯାହା ଟିମ୍କୁ ବିଶ୍ୱକପ୍ ଜିତିବାରେ ସକ୍ଷମ ହେବ । ଯଦି ଚାପକୁ ରୋହିତ ଶର୍ମା ଠିକ୍ ଭାବେ ହ୍ୟାଣ୍ଡେଲ୍ କରିପାରନ୍ତି । ତେବେ ପୁଣି ଥରେ ବିଶ୍ୱକପ୍ ଟ୍ରଫି ହାତେଇ ପାରିବ ଟିମ୍ ଇଣ୍ଡିଆ । ବ୍ୟାଟସମ୍ୟାନ୍ ଭାବେ ବିରାଟଙ୍କୁ ଠାରୁ ରୋହିତ ଅଧିକ ଟ୍ୟାଲେଣ୍ଟଡ । ସେ ଜଣେ କ୍ଲାସ ବ୍ୟାଟର । ରୋହିତ ଯେଉଁ ଭଳି ଭାବେ ସଟ୍ ଖେଳନ୍ତି, ମତେ ଲାଗି କି ତାଙ୍କ ପାଖେ ପ୍ରତି ସଟ୍ ଖେଳିବାକୁ ଅଧିକ ଗୋଟିଏ ସେକେଣ୍ଡ ରହିଥାଏ । ରୋହିତ ବହୁତ୍ ଜଲ୍ଦୀ ବୋଲରଙ୍କ ବଲ୍କୁ ପରଖି ନିଅନ୍ତି । ଯାହା ତାଙ୍କ ସଟ୍ରେ ଦେଖିବାକୁ ମିଳିଥାଏ । ଆଜିକା ଦିନରେ ରୋହିତଙ୍କ ଠାରୁ ଭଲ ପୁଲ୍ ସଟ୍ କେହି ଖେଳିନପାରନ୍ତି ।