ରୋହିତଙ୍କ ଟିମ୍ ଜବରଦସ୍ତ ଫର୍ମରେ ଅଛି, ଟ୍ରଫି ଜିତିବାକୁ ଆଉ ୫ଟି ଭଲ ଦିନ ଦରକାର- ସୋଏବ ଅଖତାର

Published By : Prameya-News7 Bureau | November 02, 2023 IST

ମୁମ୍ବାଇ ୦୨।୧୧ : ଟିମ୍‌ ଇଣ୍ଡିଆକୁ ରାଓ୍ୱାଲପିଣ୍ଡି ଏକ୍ସପ୍ରେସଙ୍କ ପ୍ରଂଶସା । ଟିମ୍‌ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛି । ଯଦି ଏପରି ଭାବେ ଆଗକୁ ବଢିଚାଲେ । ତେବେ ବିଶ୍ୱ କପ୍‌ ବିଜୟୀ କେହି ରୋକିପାରିବେନି ବୋଲି କହିଛନ୍ତି ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତାର ।

wp:embed {"url":"https://www.prameyanews7.com/ind-vs-sl-33rd-match-of-world-cup-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ind-vs-sl-33rd-match-of-world-cup-today/
/wp:embed

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ଜୋରଦାର ଫର୍ମରେ ରହିଛି । ଯାହାକି ଟିମ୍‌ର ପ୍ରଦର୍ଶନରେ ଜଣାପଡୁଛି । ଟିମ୍‌ର ସମସ୍ତ ସଦସ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ବର୍ତ୍ତମାନ ଯାଏଁ ଟିମ୍‌ ୬ଟି ମୁକାବିଲାରେ ଖେଳିସାରିଛି । ଆଉ ସମସ୍ତ ମ୍ୟାଚ୍‌ରେ ବିଜୟୀ ହୋଇଛି । ଯଦି ଟିମ୍‌ ଏହିପରି ଭାବେ ପ୍ରଦର୍ଶନ ଜାରି ରଖିଥାଏ । ତେବେ ଚମ୍ପିଆନ୍‌ ହେବାରେ କେହିବି ଅଟକାଇ ପାରିବେନାହିଁ । ଚମ୍ପିଆନ୍‌ ହେଲେ ଟିମ୍‌କୁ ଆଉ ପାଞ୍ଚୋଟି ଭଲ ଦିନ ଦରକାର । ଯାହାଦ୍ୱାରା ଟିମ୍‌ ବିଶ୍ୱ ଚମ୍ପିଆନ୍‌ ହୋଇପାରିବ । ଭାରତୀୟ ଟିମ୍‌ର ଆଗାମୀ ଦିନରେ ୩ଟି ଲିଗ୍‌ ମ୍ୟାଚ୍‌ ରହିଛି । ଯଦି ସମସ୍ତ ମ୍ୟାଚ୍‌ ବିଜୟୀ ହୋଇ ସେମିରେ ଏଣ୍ଟ୍ରି କରେ ଟିମ୍‌ ଇଣ୍ଡିଆ । ଆଉ ସେମି ଓ ଫାଇନାଲକୁ ମିଶାଇ ଦୁଇଟି ମ୍ୟାଚ୍‌ ରହିଛି । ଯଦି ଟିମ୍‌ର ଖରାପ ଦିନ ନଆସେ, ତେବେ ଟିମ୍‌ ଚମ୍ପିଆନ୍‌ ହେବା ସୁନିଶ୍ଚିତ ।  

wp:embed {"url":"https://www.prameyanews7.com/cricket-association-of-bengal-to-distribute-70000-masks/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cricket-association-of-bengal-to-distribute-70000-masks/
/wp:embed

ସେହିପରି ରୋହିତ ଶର୍ମାଙ୍କ ବ୍ୟାଟିଂକୁ ନେଇ ଅଖତର କହିଛନ୍ତି ଯେ, ରୋହିତ ଜଣେ ଅଧିନାୟକ ଭାବେ ଚମତ୍କାର ଫର୍ମରେ ଅଛି । ବଡ଼ ଟୁର୍ଣ୍ଣାମେଣ୍ଟରେ କିପରି ସମସ୍ତ ଖେଳାଳିଙ୍କୁ ଚୟନ କରିବା ଏବଂ ତାଙ୍କ ଠାରୁ ପ୍ରଦର୍ଶନ କରାଇବା । ତାହା ରୋହିତଙ୍କ ଠାରୁ ଶିଖିବାକୁ ପଡିବ । ନିଜେ ମଧ୍ୟ ଭଲ ଫର୍ମରେ ଅଛନ୍ତି । ପାଓ୍ୱାରପ୍ଲେରେ ରୋହିତଙ୍କ ବ୍ୟାଟିଂ ଲାଗି ଟିମ୍‌ ବିରୋଧୀ ଦଳ ଠାରୁ ଆଗରେ ରହୁଛି ।

wp:embed {"url":"https://www.prameyanews7.com/wasim-akram-reaction-on-jasprit-bumrahs-performances/","type":"wp-embed","providerNameSlug":"prameya-news-7"}
https://www.prameyanews7.com/wasim-akram-reaction-on-jasprit-bumrahs-performances/
/wp:embed

ସୂଚନାଯୋଗ୍ୟ ଯେ, ଦିନିକିଆ ବିଶ୍ୱକପ ୨୦୨୩ । ଭାରତ ବର୍ତ୍ତମାନ ସୁଦ୍ଧା ୬ଟି ମୁକାବିଲା ଖେଳିସାରିଛି । ଆଉ ସମସ୍ତ ମ୍ୟାଚ୍‌ରେ ବିଜୟୀ ହୋଇଛି । ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ । ଦଳର ସମସ୍ତ ଖେଳାଳି ଜବରଦସ୍ତ ଫର୍ମରେ ରହିଛନ୍ତି ।

wp:embed {"url":"https://www.prameyanews7.com/ollywood-controvosy-with-new-twist/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ollywood-controvosy-with-new-twist/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.