କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅକ୍ତର ଦେଲେ ଆପତ୍ତିଜନକ ପ୍ରତିକ୍ରିୟା, ଜାଣନ୍ତୁ କହିଲେ କଣ

Published By : Prameya-News7 Bureau | August 13, 2019 IST

ନୂଆଦିଲ୍ଲୀ୧୩|୮: କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନରୁ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ମନ୍ତବ୍ୟ ସାମ୍ନାକୁ ଆସିବାରେ ଲାଗିଛି।ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅକ୍‌ତର ଏମିତି ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।ସେ କହିଛନ୍ତି ଯେ, ନାଗରିକମାନଙ୍କ ଉପରେ ଭାରତ ସରକାର ଅତ୍ୟାଚାର କରୁଛନ୍ତି।

ସୂଚନାଯୋଗ୍ୟ ଯେ, ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅକ୍‌ତର ସୋସିଆଲ ମିଡିଆ​‌ରେ ଏକ ଛୋଟ ପିଲାର ଫଟୋ ପୋଷ୍ଟ କରିଛନ୍ତି। ଯେଉଁ ଫଟୋରେ ଛୋଟ ପିଲାଟି ଆଖିରେ ଏକ ପଟି ବନ୍ଧା ଯାଇଛି।ଏହି ଫଟୋ ସହ ଅକ୍‌ତର ଲେଖିଛନ୍ତି ଯେ, ‘ଆପଣ ହେଉଛନ୍ତି ତ୍ୟାଗର ପରିଭାଷା ତେଣୁ ଆପଣଙ୍କ ସ୍ବାଧୀନତା ପାଇଁ ଆମେ ପ୍ରର୍ଥନା କରୁଛୁ, ଏହି ଉଦ୍ଦେଶ୍ୟ ନେଇ ବଞ୍ଚିବା ସବୁଠାରୁ ବଡ କଥା’ ​‌ବୋଲି ସୋଏବ ଅକ୍‌ତର ସୋସାଲ ମିଡ଼ିଆରେ ଲେଖିଛନ୍ତି।

ଜମ୍ମୁ-କାଶ୍ମୀର ଭାରତ ଏକ ଅଭିନ୍ନ ଅଙ୍ଗ ତେଣୁ ଭାରତ ସହ କାଶ୍ମୀର ମିଶିବା ନେଇ ପାକିସ୍ତାନ ସର୍ବଦା ପ୍ରତିବାଦ କରି ଆସିଛି।କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନରେ କୋକୁଆ ଭୟ ସୃଷ୍ଟି ହୋଇଛି।ସେଥିପାଇଁ ପାକିସ୍ତାନରେ ଥିବା ଭାରତୀୟ ହାଇକମିସନ ଅଜୟ ବିସାରିୟାଙ୍କୁ ପାକିସ୍ତାନ ବାହାର କରିସାରିଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସମଝୌତା ଏକ୍ସପ୍ରେସକୁ ମଧ୍ୟ ପାକିସ୍ତାନ ବନ୍ଦ କରିଦେଇଛି। ପାକିସ୍ତାନର ଏହିଭଳି ପଦକ୍ଷେପ ପରେ ଭାରତ ଓ ଅଟାରୀ ମଧ୍ୟରେ ଚାଲିଥିବା ଲିଙ୍କ୍ ଏକ୍ସପ୍ରେସକୁ ମଧ୍ୟ ଭାରତ ବନ୍ଦ କରିଛି। ଦିଲ୍ଲୀ ଓ ଲାହୋର ମଧ୍ୟରେ ଚାଲିଥିବା ବସ ସେବା ମଧ୍ୟ ପାକିସ୍ତାନ ବନ୍ଦ କରିଛି।ସେହିଭଳି କାଶ୍ମୀର ପ୍ରସଙ୍ଗରେ ଭାରତ ଉପରେ ଚାପ ପକାଇବା ପାଇଁ ପାକିସ୍ତାନ ଅନ୍ୟ ରାଷ୍ଟ୍ରମାନଙ୍କର ସାହାଯ୍ୟ ଲୋଡିବା ଆରମ୍ଭ କରିଦେଇଛି।

କାଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା କହି ଅନ୍ୟ ରାଷ୍ଟ୍ରମାନେ ପାକିସ୍ତାନ ମୁଣ୍ଡରୁ ସହଯୋଗର ହାତ ଉଠାଇ ନେଉଛନ୍ତି। ଅନ୍ୟ ରାଷ୍ଟ୍ରମାନେ କାଶ୍ମୀର ପ୍ରସଙ୍ଗକୁ ଅଣଦେଖା କରିବା ପରେ ବି ଭାରତ ବିରୋଧରେ  ବିଷ ଓଗାଳି ପାକିସ୍ତାନ ବନ୍ଦ କରିନାହିଁ।

ଏଥିସହ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶୀ କହିଛନ୍ତି, ଆଲ୍ଲାଙ୍କ ବାଡ଼ିରେ ଶବ୍ଦ ନାହିଁ ଯଦି ଏହି ବାଡିର ପ୍ରଭାବ ପଡିବ ତେବେ ନରେନ୍ଦ୍ର ମୋଦିଙ୍କ ଅହଂକାର ମାଟିରେ ମିଶିଯିବ। ସେ ଆହୁରି  ମଧ୍ୟ କହିଛନ୍ତି, କାଶ୍ମୀର ପ୍ରସଙ୍ଗକୁ ଯୁକ୍ତରାଷ୍ଟ୍ର ପାଖରେ ସେ ଉଠାଇବେ। ଯଦି ଆମେ ଏକତ୍ରିତ ନହେବା ତେବେ ଇତିହାସ ତାଙ୍କୁ କ୍ଷମା କରିବ ନାହିଁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.