ଏସିଆ କପ୍: ପାକିସ୍ତାନର ବିଜୟ ପରେ ଆଫଗାନୀ ଫ୍ୟାନ୍ଙ୍କ ଆକ୍ରମଣକୁ ନେଇ ଶୋଏବ ଅଖତର ଓ ଆଫଗାନିସ୍ତାନ କ୍ରିକେଟ ମୁଖ୍ୟ ମୁହାଁମୁହିଁ
8/09/2022 at 4:27 PM

ନୂଆଦିଲ୍ଲୀ: ଗତକାଲି ଏସିଆ କପ୍ ସୁପର ୪ ରେ ପାକିସ୍ତାନ ଆଫଗାନିସ୍ତାନକୁ ହରାଇବା ପରେ ଆଫଗାନ ଫ୍ୟାନ୍ଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା। ମ୍ୟାଚ୍ ସରିବା ପରେ ଆଫଗାନୀ ଫ୍ୟାନ୍ମାନେ ସିଧା ପାକିସ୍ତାନୀ ଫ୍ୟାନ୍ଙ୍କ ଉପରେ ଆକ୍ରମଣ କରିଥିଲେ।
ଗତକାଲି ଦୁବାଇର ଶିରାଜ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯାଉଥିଲା। ମ୍ୟାଚ୍ ଜିତିବା ପାଇଁ ଶେଷ ଓଭରରେ ପାକିସ୍ତାନକୁ ୧୧ ରନର ଆବଶ୍ୟକ ପଡ଼ୁଥିଲା। ବ୍ୟାଟିଂ କରୁଥିଲେ ଷ୍ଟ୍ରାଇକ୍ରେ ଥିଲେ ନସୀମ ଶାହ। ଶେଷ ଓଭର ପ୍ରଥମ ଦୁଇ ବଲ୍ରେ ଦୁଇଟି ଲଗାତର ଛକ୍କା ଲଗାଇ ନସୀମ ଶାହ ପାକିସ୍ତାନକୁ ମ୍ୟାଚ୍ ଜିତାଇଥିଲେ।
This is what Afghan fans are doing.
— Shoaib Akhtar (@shoaib100mph) September 7, 2022
This is what they've done in the past multiple times.This is a game and its supposed to be played and taken in the right spirit.@ShafiqStanikzai your crowd & your players both need to learn a few things if you guys want to grow in the sport. pic.twitter.com/rg57D0c7t8
ପାକିସ୍ତାନ ମ୍ୟାଚ୍ ଜିତିବା ପରେ ଷ୍ଟାଡିୟମ୍ରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା। ଆପଗାନୀ ଫ୍ୟାନ୍ମାନେ ଷ୍ଟାଡିୟମ୍ରେ ଚେୟାର ଉପାଡ଼ି ପାକିସ୍ତାନ ଫ୍ୟାନ୍ଙ୍କୁ ପିଟିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଆଉ ଏହି ଭିଡିଓକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆଫଗାନିସ୍ତାନ ଓ ପାକିସ୍ତାନର ଦୁଇ ବରିଷ୍ଠ ଖେଳାଳି। ପାକିସ୍ତାନର ରାୱଲପିଣ୍ଡି ଏକ୍ସପ୍ରେସ କୁହାଯାଉଥିବା ଶୋଏବ ଅଖତର ଭିଡିଓ ପୋଷ୍ଟ କରି ଆଫଗାନିସ୍ତାନ ଫ୍ୟାନ୍ଙ୍କର ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି।
ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ମୁଖ୍ୟ ସଫିକ ଷ୍ଟାନିକଜାୟୀଙ୍କୁ ଟ୍ୱିଟ୍ କରି ସେ ଲେଖିଛନ୍ତି “ ଆଫଗାନ ଫ୍ୟାନ୍ମାନେ ଏଭଳି କାଣ୍ଡ କରୁଛନ୍ତି। ଅତୀତରେ ବି ଅନେକଥର ଏଭଳି କରିଛନ୍ତି ଏମାନେ। ଏହା ଏକ ଖେଳ। ଏହାକୁ ସକାରତ୍ମକ ଦିଗରେ ନେବା ଦରକାର। @ShafiqStanikzai ଯଦି ଖେଳରେ ଆଗକୁ ବଢ଼ିବାକୁ ଚାହୁଁଛ ତେବେ ତୁମର ଫ୍ୟାନ୍ ଓ ଖେଳାଳିମାନେ କିଛି ଶିଖାଇବା ଦରାକର।”
You can’t control the emotions of the crowd and such incidents happened in the world of cricket multiple, you should go ask Kabir Khan, Inzimam Bhai and @iRashidLatif68 how we treated them. Am giving you an advice next time baat ko nation pe Mat lena https://t.co/JQTgzWBNqL
— Shafiq Stanikzai (@ShafiqStanikzai) September 7, 2022
ଶୋଏବ ଆଖତରଙ୍କର ଏହି ଟ୍ୱିଟର କଡ଼ା ଜବାବ ରଖିଛନ୍ତି ସଫିକ ଷ୍ଟାନିକଜାୟୀ। ସେ ଟ୍ୱିଟ୍ କରି ଲେଖିଛନ୍ତି “ ଆପଣ ଫ୍ୟାନ୍ମାନଙ୍କର ଭାବାବେଗକୁ ରୋକି ପାରିବେ ନାହିଁ। ବିଶ୍ୱ କ୍ରିକେଟରେ ଏଭଳି ଘଟଣା ଅନେକ ଥର ଘଟିଛି। ତେବେ ତୁମେ କବୀର ଖାନ, ଇଞ୍ଜିମାମ ଭାଇ ଓ ରଶିଦ୍ ଲତିଫ ଯାଇ ପଚାର। ଆମେ ସେମାନଙ୍କର କେମିତି ଚର୍ଚ୍ଚା କରିଛୁ। ମୁଁ ଆଣପଙ୍କୁ ଗୋଟେ ଉପଦେଶ ଦେଉଛି, କଥା କଥାରେ ଦେଶକୁ ଟାଣନ୍ତୁନି।”