ବିଶ୍ୱକପ୍‌ ୨୦୨୩ରେ ସବୁଠୁ ଖତରନାକ୍‌ ହେବ ଟିମ୍‌ ଇଣ୍ଡିଆ, ରୋହିତ ପୁରୁଣା ଫର୍ମକୁ ଫେରିଛନ୍ତି- ସୋଏବ ଅଖତର

Published By : Prameya-News7 Bureau | September 18, 2023 IST

ମୁମ୍ବାଇ ୧୮।୦୯ : ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଏସିଆ କପ୍‌ ଚମ୍ପିଆନ୍‌ ହୋଇଛି । ୨୦୨୩ ସଂସ୍କରଣରେ ୮ମ ଥର ପାଇଁ ଚମ୍ପିଆନ୍‌ ହୋଇଛି ଟିମ୍‌ ଇଣ୍ଡିଆ । ମହମ୍ମଦ ସିରାଜ ସାଜିଥିଲେ ଏହି ବିଜୟର ମୁଖ୍ୟ ହିରୋ । ସିରାଜଙ୍କ ଘାତକ ବୋଲିଂରେ  ଧରାଶାୟୀ ହୋଇଯାଇଥିଲା ପୁରା ଶ୍ରୀଲଙ୍କା ଟିମ୍‌ । ତେବେ ଏସିଆ କପ୍‌ରେ ପୁରା ଟିମ୍‌ର ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପ୍ରଂଶସା କରିଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ।

wp:embed {"url":"https://www.prameyanews7.com/india-revenge-from-sri-lanka-of-champions-trophy-final-2000-india/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-revenge-from-sri-lanka-of-champions-trophy-final-2000-india/
/wp:embed

ସେ କହିଛନ୍ତି ଯେ, ଏସିଆ କପ୍‌ ଫାଇନାଲରେ ଟିମ୍ ଇଣ୍ଡିଆ ଯେଉଁ ପ୍ରଦର୍ଶନ କରିଛି । ତାହା ପ୍ରଂଶସାଯୋଗ୍ୟ ।ଯଦି ଏହି ଟିମ୍‌ ଆଗାମୀ ବିଶ୍ୱକପ୍‌ରେ ଖେଳିବ । ତେବେ ଏହା ନିହାତି ଭାବେ ବିରୋଧୀ ଟିମ୍‌ ପାଇଁ ଘାତକ ସାବ୍ୟସ୍ତ ହେବ । ଏହାସହିତ ଏସିଆ କପ୍‌ ବିଜୟ ସହ ପୁରା ବିଶ୍ୱ କ୍ରିକେଟର ଧୁରନ୍ଦରଙ୍କୁ ଚେତାବାନୀ ବି ଦେଇଛି ଟିମ୍‌ ଇଣ୍ଡିଆ । ଯେଉଁମାନେ ଦିନେ ଟିମ୍‌ ଇଣ୍ଡିଆର ଚୟନକୁ ସମାଲୋଚନା କରିଥିଲେ । ସେମାନଙ୍କୁ ମୁହଁରେ ଶକ୍ତ ଚାପୁଡା ମାରିଛି ଟିମ୍‌ ଇଣ୍ଡିଆ । ସେ ଏବେବି ବିଶ୍ୱକପ୍‌ ଫେଭରିଟ୍‌ ବୋଲି ନିଜକୁ ଦର୍ଶାଇଛନ୍ତି । ନିଜ ହୋମ ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟରେ ଟିମ୍‌ କେତେ ଖତରନାକ୍‌ ହୋଇପାରେ । ଏସିଆ କପ୍‌ରେ ତାହାର ଟ୍ରେଲର ଦେଖାଇଛି ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆ, ଇଂଲଣ୍ଡ ପରି ଟିମ୍‌କୁ ବି ଚକ୍‌ମା ଦେଇପାରେ ଟିମ୍‌ ଇଣ୍ଡିଆ ।

wp:embed {"url":"https://www.prameyanews7.com/asia-cup-2023-full-awards-winner-list/","type":"wp-embed","providerNameSlug":"prameya-news-7"}
https://www.prameyanews7.com/asia-cup-2023-full-awards-winner-list/
/wp:embed

ସେହିପରି ରୋହିତ ଶର୍ମାଙ୍କ କ୍ୟାପଟେନ୍ସିଂକୁ ପ୍ରଂଶସା କରିଛନ୍ତି ସୋଏବ ଅଖତର । ରୋହିତ ଜଣେ ଅଭିଜ୍ଞ ଖେଳାଳି । ଆଇପିଏଲ୍‌ରେ ତାଙ୍କ ରେକର୍ଡ ଖୁବ୍‌ ଭଲ ରହିଛି । ତେଣୁ ତାଙ୍କର ସେହି ଅଭିଜ୍ଞତା ଟିମ୍‌ ଇଣ୍ଡିଆ ପାଇଁ ସହାୟକ ହେବ । ଏସିଆ କପ୍‌ ୨୦୨୩ରେ ଯେଉଁଭଳି ଭାବେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍ସି ରୋହିତ ଶର୍ମା କରିଛନ୍ତି । ତାହା ପ୍ରଶଂସାଯୋଗ୍ୟ । ଗତ ଦୁଇ ବର୍ଷ ଧରି ଆମେ ଯେଉଁ ରୋହିତ ଶର୍ମାଙ୍କ କ୍ୟାପେଟନ୍‌ସିପ୍‌କୁ ଖୋଜୁଥିଲେ । ଶେଷରେ ତାହାର ଏସିଆ କପ୍‌ରେ ଫେରିଛି । ଆଉ ବିରୋଧୀଙ୍କୁ ଚକ୍‌ମା ଦେଉଛନ୍ତି ।

wp:embed {"url":"https://www.prameyanews7.com/virat-water-boy-carrying-drinks-india-vs-bangladesh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-water-boy-carrying-drinks-india-vs-bangladesh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.