ନଡ଼ା ଜଳାଗଲେ ଦାୟୀ ହେବେ ଥାନାଧିକାରୀ, ତୁରନ୍ତ ବନ୍ଦ କରାଯିବା ଦରକାର: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ୍

Published By : Prameya-News7 Bureau | November 07, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ- ଏନସିଆର ଏବଂ ଏହାର ଆଖପାଖ ରାଜ୍ୟରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମଙ୍ଗଳବାର ଏହି ମାମଲାରେ ଲମ୍ବା ଶୁଣାଣି ପରେ ଅଦାଲତ କହିଛନ୍ତି, ‘‘ପରାଳି(ନଡ଼ା) ଜଳାଇବା ରାଜନୀତିକ ପ୍ରସଙ୍ଗ ନୁହେଁ ଆଉ ଏହାକୁ ତୁରନ୍ତ ବନ୍ଦ କରିବା ଦରକାର।’’

ଏହା ସହ ବେଞ୍ଚ ପଞ୍ଜାବ, ଦିଲ୍ଲୀ, ୟୁପି, ହରିୟାଣା ଏବଂ ରାଜସ୍ଥାନ ଏବଂ ରାଜସ୍ଥାନର ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ଅଦାଲତଙ୍କ ଆଦେଶ ପାଳନ କରିବାକୁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ‘‘ନଡ଼ା ଜଳାଇବା ଉପରେ ତୁରନ୍ତ ରୋକ୍ ଲାଗିବା ଦରକାର। ଆମେ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ ଗ୍ୟାସ୍ ଚାମ୍ବର କରିପାରିବାନି।’’

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଣାୟତ୍ତ: ଲାଗୁ​‌ ହେଲା ଅଡ୍‌-ଇଭିନ୍‌ ଫର୍ମୂଲା

ଏହା ବ୍ୟତୀତ କୋର୍ଟ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚେୟାରମ୍ୟାନ୍‌ ଅଶ୍ବିନୀ କୁମାରଙ୍କୁ ମଧ୍ୟ ରିପୋର୍ଟ ତଲବ କରିଛନ୍ତି। କୋର୍ଟ କହିଛନ୍ତି ନଡ଼ା ଜଳାଇବା ଉପରେ ରୋକ୍‌ ଲଗାଇବା ପାଇଁ ରାଜସ୍ଥାନ, ୟୁପି, ହରିୟାଣା ଏବଂ ପଞ୍ଜାବକୁ ପଦକ୍ଷେପ ନେବାକୁ ହେବ। ନଡ଼ା ଜଳାଇବା ଉପରେ ରୋକ୍‌ ଦାୟିତ୍ବ ସ୍ଥାନୀୟ ଏସଏଚଓଙ୍କ ରହିବ। ତାଙ୍କୁ ଏହି କାମ କରିବାକୁ ହେବ ଏବଂ ପୂରା ମାମଲାକୁ ନିଜେ ମୁଖ୍ୟ ସଚିବ ନିରୀକ୍ଷଣ କରିବେ। ଏହା ସହ କ୍ୟାବିନେଟ ସଚିବଙ୍କ ମଧ୍ୟ ସଂପୃକ୍ତ ପକ୍ଷଙ୍କ ବୈଠକ ଡାକିବାକୁ କହିଛନ୍ତି ଏବଂ ପ୍ରଦୂଷଣରୁ ମୁକାବିଲା କରିବା ପାଇଁ ଯୋଜନା ତିଆରି କରିବାକୁ କହିଛନ୍ତି ସୁପ୍ରିମକୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.