ପୁତ୍ର ସନ୍ତାନ ଜନ୍ମ ଦେଲେ ମୁକେଶ ଅମ୍ବାନୀଙ୍କ ବୋହୂ ଶ୍ଳୋକା : ପରିବାରରେ ଖେଳିଗଲା ଖୁସିର ଲହରୀ

Published By : Prameya-News7 Bureau | December 10, 2020 IST

ମୁମ୍ବାଇ ୧୦/୧୨: ଦେଶର ସବୁଠୁ ଧନୀ ଏବଂ ବିତ୍ତଶାଳୀ ଅମ୍ବାନି ପରିବାରରେ ଆନନ୍ଦର ଲହରୀ ଖେଳି ଉଠିଛି। ଅମ୍ବାନୀ ପରିବାରରେ ନୂଆ ଅତିଥିଙ୍କ ଆଗମନ ହୋଇଛି। ନୀତା ଅମ୍ବାନି ଏବଂ ମୁକେଶ ଅମ୍ବାନିଙ୍କ ବୋହୂ  ଏବଂ ଆକାଶ ଅମ୍ବାନିଙ୍କ ପତ୍ନୀ ଶ୍ଳୋକା ମେହତା ଆଜି ସକାଳେ ୧୧ଟାରେ ଏକ ସୁନ୍ଦର ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନୂଆ ଅତିଥି ଆସିଥିବାରୁ ପୂରା ଅମ୍ବାନି ପରିବାର ବହୁତ ଖୁସି ଅଛନ୍ତି। ଅମ୍ବାନି ପରିବାରର ଜଣେ କର୍ମଚାରୀଙ୍କ କହିଛନ୍ତି ଯେ,‘ ଭଗବାନ କୃଷ୍ଣଙ୍କ କୃପାରୁ ନୀତା ଅମ୍ବାନି ଏବଂ ମୁକେଶ ଅମ୍ବାନି ପ୍ରଥମ ଥର ଜେଜେବାପା-ଜେଜେମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ମା ଏବଂ ପୁଅ ଦୁହେଁ ସୁସ୍ଥ ଅଛନ୍ତି। ନୂଆ ଅତିଥି ପରିବାର ପାଇଁ ସୁଖ ଏବଂ ସୌହାର୍ଦ୍ଦ୍ୟ ନେଇ ଆସିଛି।’

{"id":375622,"sizeSlug":"large","linkDestination":"none"}

ଆକାଶ ଏବଂ ଶ୍ଲୋକା ୨୦୧୯ମସିହା ମାର୍ଚ୍ଚ ୯ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସ୍କୁଲ୍ ଦିନରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଥିଲା ଏବଂ ଦୁହେଁ ଧିରୁଭାଇ ଅମ୍ବାନି ଇଣ୍ଟରନ୍ୟାସନାଲ୍ ସ୍କୁଲରୁ ପାଠ ପଢ଼ିଥିଲେ। ଶ୍ଲୋକା ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ୍ ସାଇନ୍ସରୁ ଲରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ ଜଣେ ସମାଜସେବୀ। ଶ୍ଲୋକା ୨୦୧୫ମସିହାରେ କନେକ୍ଟ ଫର ନାମରେ ଏନଜିଓ ମଧ୍ୟ ଆରମ୍ଭ କରିଥିଲେ। ଏହି ଏନଜିଓ ଦ୍ବାରା ଅଭାବୀଙ୍କୁ ଶିକ୍ଷା,ଭୋଜନ ଏବଂ ଘର ଉପଲବ୍ଧ କରାଯାଇଥାଏ। ଆକାଶ ଏବଂ ଶ୍ଳୋକାଙ୍କ ବିବାହର ଚର୍ଚ୍ଚା ଦେଶ ବିଦେଶରେ ହୋଇଥିଲା। ଆକାଶ ଏବଂ ଶ୍ଳୋକାଙ୍କ ପ୍ରିଓ୍ବେଡିଂ ସେଲିବ୍ରେସନ ସ୍ବିଜରଲାଣ୍ଡର ସେଣ୍ଟ ମାରିଟସରେ ଆୟୋଜିତ କରାଯାଇଥିଲା ଏବଂ ୩ଦିନ ଯାଏଁ ଚାଲିଥିଲା । ଏହି ପ୍ରିଓ୍ବେଡିଂ ସେଲିବ୍ରେସନରେ ଦେଶ-ବିଦେଶର ଅନେକ ନାମୀଦାମୀ ବ୍ୟକ୍ତି ଯୋଗ ଦେଇଥିଲେ।

{"id":375623,"sizeSlug":"large","linkDestination":"none"}

ମୁକେଶ ଅମ୍ବାନିଙ୍କ କମ୍ପାନୀ ରିଲାୟନ୍ସ ଗତ ବର୍ଷ ହିଁ ପାଖାପାଖି ୬୨୦କୋଟି ଟଙ୍କାରେ ବ୍ରିଟେନର ଖେଳନା ବ୍ରାଣ୍ଡ ହ୍ୟାମଲେସ୍ ଗ୍ଲୋବାଲ୍ ହୋଲ୍ଡିଂସ ଲିମିଟେଡକୁ କିଣିଛନ୍ତି। ସେହି ସମୟରେ ସୋସିଆଲ ମିଡିଆ ଅମ୍ବାନିଙ୍କ ଟୟ ଚେନ୍ କିଣିବାକୁ ନେଇ ଅନେକ ଉପହାସ କରାଯାଇଥିଲା ଯେ ସେ ତାଙ୍କର ଆଗାମୀ ସନ୍ତାନ ପାଇଁ ଆଗରୁ ଖେଳଣା ଏକାଠି କରୁଛନ୍ତି।

{"id":375624,"sizeSlug":"large","linkDestination":"none"}

ଅମ୍ବାନି ପରିବାରକୁ ଚାରିଆଡ଼ୁ ଶୁଭେଚ୍ଛା ମିଳୁଛି । ସମସ୍ତେ ନବଜାତ ପୁତ୍ରର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶୁଭକାମନା ଦେଉଛନ୍ତି।

{"id":375627,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.