ବିଜେପି-ଶିବସେନା ମେଣ୍ଟର ବମ୍ପର ଜିତ୍‌ ପରେ ସିଏମ ପଦ ପାଇଁ ଦାବି କଲା ଶିବସେନା

Published By : Prameya-News7 Bureau | October 24, 2019 IST

ମୁମ୍ବଇ  ୨୪।୧୦- ମହାରାଷ୍ଟରେ ବିଜେପି-ଶିବସେନା ମେଣ୍ଟର ବମ୍ପର ଜିତ୍‌  ପରେ ସିଏମ ପୋଷ୍ଟ ଉପରେ ଦାବିଦାରୀ ଜାହର୍‌ କଲା ଶିବସେନା । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସଫା ସଫା କହିଛନ୍ତି ପୂର୍ବ ନିର୍ଦ୍ଦାରିତ ଫିଫ୍‌ଟି ଫିଫ୍‌ଟି ଫର୍ମୂଲାରୁ ଓହରିବୁ ନାହିଁ । ଏକ ସମ୍ବାଦିକ ସମ୍ମିଳନୀ କରି ବିଜେପି ସହ ହୋଇଥିବା ବୁଝାମଣାର ଦ୍ବାହି ଦେଇଛନ୍ତି ଉଦ୍ଧବ ।

 ମହାରାଷ୍ଟ୍ରରେ ବିଜେପିକୁ ୧୦୨ ବିଧାନସଭା ଆସନ ମିଳିଥିବା ବେଳେ ଶିବସେନାକୁ ମିଳିଛି ୫୭ ଆସନ ।  ଏମିତିରେ ପ୍ରେସ୍‌ କନ୍‌ଫରେନ୍ସରେ ଉଦ୍ଧବ ଠାକରେଙ୍କ ବଡି ଲାଙ୍ଗୁଏଜ୍‌ ଯାହା କହୁଛି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଜବରଦସ୍ତ ଟଣାଓଟରା ଦେଖିବାକୁ ମିଳିପାରେ । କାରଣ ଉଭୟଙ୍କ ଭିତରେ ଫିଫଟି ଫିଫ୍‌ଟି ଫର୍ମୂଲା ଫାଇନାଲ ହେବା ପରେ ହିଁ ସରକାର ଗଢ଼ିବାକୁ ଦାବି ପେଶ୍‌ କରାଯିବ ବୋଲି କହିଛନ୍ତି ଶିବସେନା ମୁଖ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.