‘ସୁନ୍ଦରୀ’ର ସୁରକ୍ଷା ଚିନ୍ତା, ନବୀନଙ୍କୁ ଚିଠି ଲେଖିଲେ ଶିବରାଜ ସିଂହ ଚୌହ୍ୱାନ

Published By : Prameya-News7 Bureau | December 09, 2020 IST

ଭୁବନେଶ୍ୱର ୦୯।୧୨: ବାଘୁଣୀ ‘ସୁନ୍ଦରୀ’ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବାରଜ ସିଂହ ଚୌହ୍ୱାନ । ‘ସୁନ୍ଦରୀ’ର ସୁରକ୍ଷା ନେଇ ନବୀନଙ୍କୁ ଚିଠି ଲେଖିଛନ୍ତି ଶିବରାଜ ।

ବାନ୍ଧବଗଡ଼ର ରାଣୀ ‘ସୁନ୍ଦରୀ’ର ସୁରକ୍ଷା ନେଇ ନବୀନଙ୍କୁ ଚିଠି ଲେଖିଛନ୍ତି ଶିବରାଜ । କାହ୍ନା ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତର ପୂର୍ବରୁ ସୁରକ୍ଷିତ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି । ବର୍ତ୍ତମାନ ବାଘୁଣୀ ସୁନ୍ଦରୀ ସାତକୋଶିଆରେ ଏନ୍‌କ୍ଲୋଜରରେ ଅଛି । ଆଉ କିଛି ଦିନ ପରେ ‘ସୁନ୍ଦରୀ’କୁ କାହ୍ନା ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତର କରାଯିବ । ‘ସୁନ୍ଦରୀ’ ପାଇଁ କାହ୍ନା ଜାତୀୟ ଉଦ୍ୟାନରେ ଏକ ଏନ୍‌କ୍ଲୋଜର ପ୍ରସ୍ତୁତ ହେଉଛି । ସୁନ୍ଦରୀକୁ ମଧ୍ୟପ୍ରଦେଶ ସରକାର ଫେରାଇ ନେବାକୁ ଅବଗତ କରିଛି ଓଡ଼ିଶା । ଅନ୍ୟ ଜଙ୍ଗଲକୁ ସ୍ଥାନାନ୍ତର ହେବାରେ ସୁନ୍ଦରୀ ପ୍ରଥମ ବାଘୁଣୀ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ବାଘ ବଂଶ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶରୁ ଏକ ବାଘୁଣୀରୁ ଅଣାଯାଇଥିଲା । ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ରଖାଯାଇଥିଲା । କିନ୍ତୁ ପ୍ରତିଦିନ ସେଠାକାର ଲୋକମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ଏବଂ ସ୍ଥାନୀୟ ଜନ୍ତୁଜୁନ୍ତାକୁ ଶୀକାର କରୁଥିଲା  । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିଲା । ଏହାପରେ ଓଡିଶାରେ ବାଘୁଣୀ ସୁନ୍ଦରୀର ଯତ୍ନ ଠିକ୍‌ ଭାବେ ନିଆଯାଉନଥିବା ଅଭିଯୋଗ ହୋଇଥିଲା । ‘ସୁନ୍ଦରୀ’କୁ ନେଇ ଉଭୟ ରାଜ୍ୟର ବନଅଧିକାରୀଙ୍କ ମଧ୍ୟରେ ଅନେକ ବିବାଦ ଦେଖାଦେଇଥିଲା । ଯାହାପରେ ସୁନ୍ଦରୀକୁ ମଧ୍ୟପ୍ରଦେଶ ସରକାର ଫେରାଇ ନେବାକୁ ନିଷ୍ପତ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.