ଲୋକସଭା ନିର୍ବାଚନରେ ଶିବରାଜ ସିଂଙ୍କୁ ମୈଦାନକୁ ଓହ୍ଲାଇପାରେ ବିଜେପି, ଏହି ଆସନରୁ କରିପାରେ ପ୍ରାର୍ଥୀ

Published By : Prameya-News7 Bureau | February 20, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଏନଡିଏ ପାଇଁ ୪୦୦ ବିଜେପି ପାଇଁ ୩୭୦ ଆସନ ଜିତିବା ଟାର୍ଗେଟ୍ ଦେଇଛନ୍ତି । ଗୋଟିଏ ପଟେ ବିଜେପି ଜୋରସୋରରେ ଲାଗିଥିବା ବେଳେ ବିରୋଧୀ ମହାମେଣ୍ଟ ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି । ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନେଇ ଏକ ଚର୍ଚ୍ଚା ଜୋର ଧରିଛି । ଏନଡିଟିଭି ନିଜ ରିପୋର୍ଟରେ କହିଛି ଯେ ବିଜେପି ଶିବରାଜ ସିଂ ଚୌହାନଙ୍କୁ ବିଦିଶା ଲୋକସଭା ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରେ ।

ମଧ୍ୟପ୍ରଦେଶର ମଧ୍ୟରେ ଥିବା ବିଦିଶା ଜିଲ୍ଲାର ଏକ ଐତିହାସିକ ଏବଂ ପୌରାଣିକ ମହତ୍ୱ ବହନ କରୁଛି । ବୌଦ୍ଧ ତୀର୍ଥ ସ୍ଥଳୀ ସାଞ୍ଚି ସ୍ତୁପ ଏହି କ୍ଷେତ୍ରରେ ଆସୁଛି । ୧୯୮୪ ମସିହାରେ ଶେଷ ଥର ପାଇଁ ଏହି କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ୧୯୮୯ ମସିହାରୁ ବିଜେପି ସମସ୍ତ ଲୋକସଭା ନିର୍ବାଚନରେ ଏହି ଆସନରେ ବିଜୟୀ ହୋଇ ଆସିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଗୃହ ଜିଲ୍ଲା ହେଉଛି ବିଦିଶା । ସେ ନିଜ କ୍ୟାରିୟରେ ଏଠାରୁ ପାଞ୍ଚ ଥର ସାସଂଦ ରହି ସାରିଛନ୍ତି ।

ପଢନ୍ତୁ: କଟକରେ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଲେ ଶିବରାଜ, ଜଗତସିଂହପୁରରେ ବିଜେଡି ଉପରେ ବର୍ଷିଲେ

ଏଥର ବିଜେପିର ବର୍ତ୍ତମାନର ସାଂସଦ ରମାକାନ୍ତ ଭାର୍ଗବଙ୍କ ଟିକଟ କଟିପାରେ । ୨୦୧୯ ଲୋକସଭା ନିର୍ବାଚନରେ ରମାକାନ୍ତ ଭାର୍ଗବ କଂଗ୍ରେସର ଶୈଳେନ୍ଦ୍ର ରମେଶ ଚନ୍ଦ୍ର ପଟେଲଙ୍କୁ ପରାସ୍ତ କରିଥିଲେ । ରମାକାନ୍ତ ଭାର୍ଗବଙ୍କୁ ୮ ଲକ୍ଷ ୫୦ ହଜାର ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ୩ ଲକ୍ଷ ୫୦ ହଜାର ଭୋଟ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.