ଶିବରାଜ ସିଂ ଚୌହାନଙ୍କୁ ମିଳିବ ନୂଆ ଦାୟିତ୍ୱ ? ମଙ୍ଗଳବାର ଦିଲ୍ଲୀ ଗସ୍ତ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 18, 2023 IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱରୁ ନିକଟରେ ମୁକ୍ତ ହେଇଥିବା ଶିବରାଜ ସିଂ ଚୌହାନଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପୂର୍ବତନ ସିଏମ୍ ମଙ୍ଗଳବାର ଦିଲ୍ଲୀ ପହଞ୍ଚିବେ । ଡିସେମ୍ୱର ୧୯ରେ ଶିବରାଜ ସିଂ ଚୌହାନ ଦିଲ୍ଲୀରେ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ । ସୂତ୍ର ଅନୁସାରେ ମଙ୍ଗଳବାର ସକାଳେ ଦିଲ୍ଲୀ ଶିବରାଜ ସିଂ ଦିଲ୍ଲୀ ପହଞ୍ଚି ନଡ୍ଡାଙ୍କୁ ଭେଟିବେ । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଜିତିବା ପରେ ଏହା ଶିବରାଜଙ୍କ ପ୍ରଥମ ଦିଲ୍ଲୀ ଗସ୍ତ ।

ଶିବରାଜ ଓ ନଡ୍ଡାଙ୍କ ବୈଠକରେ କେଉଁ ବିଷୟ ଉଠିବ ତାହା ସାମନାକୁ ଆସି ନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନୂଆ ଭୂମିକା ଉପରେ ପାର୍ଟି ଅଧ୍ୟକ୍ଷ ତାଙ୍କ ସହ ଆଲୋଚନା କରିପାରନ୍ତି । ବିଜେପି ମୁଖ୍ୟାଳୟରେ ଦିନ ୧୨ରେ ଜେପି ନଡ୍ଡା ଓ ଶିବରାଜ ସିଂ ଚୌହାନଙ୍କ ମଧ୍ୟରେ ଏହି ବୈଠକ ହେବ ।

ପଢନ୍ତୁ: ‘X’ ରେ ବାୟୋ ବଦଳାଇଲେ ଶିବରାଜ ସିଂହ,ଜାଣନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଏବେ କରୁଛନ୍ତି କ’ଣ?

ଶିବରାଦ ସିଂ ଚୌହାନଙ୍କ ନୂଆ ଭୂମିକା ଉପରେ ଖୁବ୍ ଚର୍ଚ୍ଚା ହେଉଛି । କିଛି ରାଜନୀତି ବିଶେଷଜ୍ଞଙ୍କ ଅନୁସାରେ ଦେଢ ଦଶନ୍ଧିରୁ ଅଧିକ ସମୟ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିବା ଶିବରାଜଙ୍କ ଅଭିଜ୍ଞତାର ଲାଭ ପାର୍ଟି ରାଷ୍ଟ୍ରୀୟ ସ୍ତରରେ ଉଠାଇବାକୁ ଚାହୁଁଛି । ୨୦୨୪ ପୂର୍ବରୁ ଶିବରାଜ ସିଂଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇ ପାରେ କିମ୍ୱା ସଂଗଠନରେ ବଡ଼ ଭୂମିକା ଦିଆଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.