Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଶିବପାଲ ଯାଦବଙ୍କୁ ସପାରେ ବଡ଼ ଦାୟିତ୍ବ ଦେଲେ ଅଖିଳେଶ, ବିବାଦରେ ରହିଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମଧ୍ୟ ଉଚ୍ଚ ପଦବୀ

29/01/2023 at 10:37 PM

ନୂଆଦିଲ୍ଳୀ, ୨୯/୦୧: ସମାଜବାଦୀ ପାର୍ଟୀର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳୀୟ ନେତା ଏବଂ କର୍ମୀଙ୍କୁ ଏହାକୁ ଅପେକ୍ଷା କରିଥିଲେ। ଏହି ତାଲିକାରେ ସାମ୍ନାକୁ ଆସିଥବା ନାମ ମଧ୍ୟରେ ସବୁଠୁ ଅଧିକ ଖୁସି ଶିବପାଲ ଯାଦବ ଏବଂ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ସମର୍ଥକଙ୍କୁ ହୋଇଛି। କାର୍ଯ୍ୟକାରିଣୀରେ ଅଖିଳେଶ ଯାଦବଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୋନୀତ କରାଯାଇଛି। କିରନମୟ ନନ୍ଦାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ରାମଗୋପାଳ ଯାଦବ ରାଷ୍ଟ୍ରୀୟ ପ୍ରମୁଖ ମହାସଚିବ ନିଯୁକ୍ତ କରାଯାଇଛି।

ସେହିଭଳି ଏହି ତାଲିକାରେ ଗୁରୁତ୍ବପୂର୍ଣ୍ଣ ନାମ ମଧ୍ୟରେ ଶିବପାଲ ଯାଦବ ଏବଂ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ସମାଜବାଦୀ ପାର୍ଟୀର ରାଷ୍ଟ୍ରୀୟ ମହାସଚିବ କରାଯାଇଛି। ଶିବପାଲ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ମୈନପୁରୀ ଲୋକସଭା ସିଟ୍‌ ଜିତିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ଆଜମ ଖାନଙ୍କୁ ମଧ୍ୟ ସପାର ରାଷ୍ଟ୍ରୀୟ ମହାସଚିବ କରାଯାଇଛି। ଏହି ତାଲିକାରେ ସମୁଦାୟ ୬୨ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି।

ରାମଚରିତମାନସକୁ ନେଇ ବିବାଦରେ ଫସିଥିଲେ ମୌର୍ଯ୍ୟ:

ସ୍ବାମୀ ପ୍ରସାଦ ମୌର୍ଯ୍ୟ ରାମଚରିତମାନସ ବିବାଦୀୟ ବୟାନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଗତ କିଛିଦିନ ମଧ୍ୟରେ ଲକ୍ଷ୍ନୌରେ ସହ ପୂରା ୟୁପିରେ ଅନେକ ଜିଲ୍ଲାରେ ମାମଲା ମଧ୍ୟ ରୁଜୁ ହୋଇଛି। ରାମଚରିତମାନସକୁ ନେଇ ତାଙ୍କ ବୟାନକୁ ନେଇ ଦେଶରେ ବେଶ୍ ବିରୋଧ ହୋଇଥିଲା। ତେବେ ଏହାପରେ ବି ଦଳର ରାଷ୍ଟ୍ରୀୟ ମହାସଚିବ କରାଯାଇଛି।

ଆଜମ ଖାନଙ୍କ ଉପରେ ବି ଅଖିଳେଶଙ୍କ ଭରଷା:

ସପା ତାଲିକାରେ ତୃତୀୟ ଜରୁରୀ ନାମ ରହିଛି ଆଜମ ଖାନଙ୍କର। ସମାଜବାଦୀ ପାର୍ଟୀର ବରିଷ୍ଠ ନେତା ଆଜମ ଖାନ୍ ଜେଲ୍‌ରେ ରହିଥିଲେ। ଯୋଗୀ ସରକାରରେ ତାଙ୍କ ଉପରେ ଅନେକ ମାମଲା ରୁଜୁ ହୋଇଛି। ଜେଲ୍‌ରେ ରହିବା ସମୟରେ ଅଖିଳେଶଙ୍କୁ ନେଇ ଅସନ୍ତୋଷ ମଧ୍ୟ ଥିଲେ। ଆଜମ ଖାନ୍‌ଙ୍କ ଜାମିନ୍‌ ପରେ ବି ଅନେକ ଥର ମଞ୍ଚରେ ତାଙ୍କ ଭାଷାଣରେ ଅସନ୍ତୋଷ ଦେଖାଯାଇଥିଲା। ଆଜମ ଖାନ୍‌ଙ୍କ ହାତରୁ ରାମପୁର ସିଟ୍ ମଧ୍ୟ ଖସିଯାଇଥିଲା ଏବଂ ତାଙ୍କର ଗୁରୁତ୍ବ କମିଥିଲା। କିନ୍ତୁ ଏହାପରେ ବି ଅଖିଳେଶ ଯାଦବ ଆଜମ ଖାନଙ୍କୁ ପାର୍ଟରେ ବଡ଼ ପଦ ଦେଇଛନ୍ତି।

   Related Posts