ଖସୁଛି ପାରଦ ବଢୁଛି ଶୀତ, ହାଡ଼ଭଙ୍ଗା ଜାଡରେ ଥରୁଛି ଶିମିଳିପାଳ

Published By : Prameya-News7 Bureau | December 18, 2023 IST

କରଞ୍ଜିଆ ୧୮/୧୨: ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ । ଶିମିଳିପାଳ ପାଦଦେଶରେ ଥିବା ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା, ରରୁଆଁଏବଂ ଶୁକୃଳୀ ବ୍ଳକରେ ଘନ କୁହୁଡ଼ି ସହ ଶୀତର ଲହରୀ ଜାରି । ଆଜି ଶିମିଳିପାଳ ଉପର ବାର୍ହା କାମୁଡ଼ାରେ ସର୍ବନିମ୍ନ ୨ ଡିଗ୍ରୀ, ଚହଲାରେ ୪ଡିଗ୍ରୀ, ନଅଣାରେ ୬ ଡିଗ୍ରୀ ଓ ଗୁରୁଗୁଡିଆଡି ଠାରେ ୭ ଡିଗ୍ରୀ ଡି. ସେଲସିୟସିସ୍ ତାପମାତ୍ରା ରେକର୍ଡ କରାଯାଇଛି ।

ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି । ଓଡ଼ିଶାରେ ଜାରି ରହିଛି ଶୀତ ପ୍ରକୋପ । ରାଜ୍ୟର ୧୧ରୁ ଅଧିକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ । କମ୍ ରହିଛି ୨୦ ତାରିଖରୁ ଶୀତର ପ୍ରକୋପ ସାମାନ୍ୟ କମିପାରେ । ଆସନ୍ତା ୨୩ ଓ ୨୪ ତାରିଖରି ବେଳକୁ ଉତ୍ତର ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ।

ଆଜି ଶିମିଳିପାଳ ଅଭୟାରଣ୍ୟର ଉପରବାର୍ହା କାମୁଡାରେ ସର୍ବନିମ୍ନ ୨°, ଚହଲା ୪° , ନଅଣା ୬° ଓ ଗୁରୁଗୁଡିଆ ଠାରେ ୭° ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି, ଏ ନେଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସୂଚନା ଦେଇଥିବା ବେଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଗାଆଁ ଗଣ୍ଡାରେ ନିଆଁ ଜାଳି ବସିଥିବା ଦେଖିବାକୁ ମିଳିଛି ।

you can also read...

wp:embed {"url":"https://www.prameyanews7.com/winter-tempreture-update-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/winter-tempreture-update-in-odisha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.